ଗୋପୀନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ
ଜଗନ୍ନାଥପ୍ରସାଦ,(ନିରାକାର ସାହୁ):ଗୋପୀନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠ କାଦୁଆ ମଙ୍ଗରାଜପୁରର ବାର୍ଷିକ ଉତ୍ସବ “ସମ୍ଭାବନା” -୨୪/୨୫ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଙ୍କ ସଂଯୋଜନା ଓ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଶ୍ରୀମତି କଲ୍ୟାଣୀ ପାଢ଼ୀ ଙ୍କ ପୌରହିତ୍ୟ ରେ ବହୁତ ଜାକଜକମ୍ ରେ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ ବାର୍ଷିକ ଉତ୍ସବ ସମ୍ଭାବନା ର ଉଦଘାଟନ କରିଥଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ଯୌତୁକ ନିର୍ଯ୍ୟାତନା ଓ ଜଣେ ଶିକ୍ଷକ ଙ୍କୁ ଆଧାର କରି ସଚତେନଧର୍ମି ନାଟକ ବେଶ ଶିକ୍ଷଣୀୟ ଥିଲା ବୋଲି ମାନ୍ୟବର ବିଧାୟକ କହିଥିଲେ,ଓ ନାରୀ ଶିକ୍ଷା ଉପରେ ଉପରେ ଗୁରୁତ୍ୱ ଦେଉଥିଲେ। ଶିକ୍ଷା ର ବିକାଶ ପାଇଁ ବିଜେପି ସରକାର ରେ ଅର୍ଥ ଅଭାବ ରହିବ ନାହିଁ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ କହିଥିଲେ। ସ୍ଵତନ୍ତ୍ର ଅତିଥି ରୁପେ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରଥମ ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର ଯୋଗ ଦେଈ ନିଜ ଜୀବନ କାଳ ର ଶିକ୍ଷା ପ୍ରଦାନ ଉପରେ ଅଭୁଲା ଶ୍ରୁମୂତି ଉପରେ ଆଲୋକପାତ କରିଥଲେ ,, ସନ୍ତୋଷ କୁମାର ପ୍ରଧାନ
ଉକ୍ତ ବିଦ୍ୟାଳୟ ରେ ଅଧ୍ୟୟନ କରି ବର୍ତ୍ତମାନ ସେହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେବା ଓ ନିରାକାର ସାହୁ ମଧ୍ୟ ସେହି ବିଦ୍ୟାଳୟ ରେ ଅଧ୍ୟୟନ କରି ଆଇନଜୀବୀ ହୋଇଛନ୍ତି ଓ ସେହିମାନେ ତାଙ୍କର ପ୍ରିୟ ଛାତ୍ର ଥିଲେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶିବରାମ ବେହେରା ମୂଖ୍ୟ ବକ୍ତା ରୁପେ ଯୋଗ ଦେଈ ଶିକ୍ଷା ର ବିକାସ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ରୁପେ ବ୍ଲକ ଅଧକ୍ଷା ଶ୍ରୀମତି ଜୟଶ୍ରୀ ସାହୁ , କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, କାଦୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ରୁନିଲତା ସାହୁ, ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି S. ନୀଳାଞ୍ଚଳ ଚୌଧୁରୀ, ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କ ବିଷୟ ରେ କହିବା ସହ ଖେଳ ପଡିଆ ର ବିକାସ ପାଇଁ ମାନ୍ୟବର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୃତି ଛାତ୍ର ଛାତ୍ରୀ ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ପୁରସ୍କୃତ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷକ କୈଳାଶ ଚନ୍ଦ୍ର ସୁବୁଦ୍ଧି, ସନ୍ତୋଷ କୁମାର ଷଡଙ୍ଗୀ, ସୁଶାନ୍ତ ନାୟକ, ଆଶିଷ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ବେହେରା,ଗଙ୍ଗା ରାଣୀ ସାହୁ, ସାଗରିକା ପ୍ରଧାନ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ବାର୍ଷିକ ଉତ୍ସବ ରେ ସହାୟତା କରିଥିଲେ।