ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଗୋଷ୍ଠୀ ପ୍ରଶିକ୍ଷଣ କର୍ମଶାଳା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଉଭୟ ସହର ଓ ଗ୍ରାମୀଣ ପରିବେଶକୁ ପରିଷ୍କାର,ପରିଚ୍ଛନ୍ନ ବଜାୟ ରଖିବା ସହ ଏକ ସୁସ୍ଥ ତଥା ଆବର୍ଜନା ମୁକ୍ତ ଭାରତ ଗଠନ ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି।ଗ୍ରାମାଞ୍ଚଳରେ ରାସ୍ତାଘାଟ, ଜଳାଶୟ,ସର୍ଵ ସାଧାରଣ ସ୍ଥାନ, ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ସହ ଏକ ଉତ୍ତମ,ପ୍ରଦୂଷଣ ମୁକ୍ତ ଓ ସ୍ବାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଚେତନତା ଅଭିଯାନ ଜାରୀ ରହିଛି।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରାଯାଇଛି।ଏହି କ୍ରମରେ ହିଞ୍ଜିଳିକାଟୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇଙ୍କ ତତ୍ତ୍ୱାବଧାନରେ ସୋମବାର ଗୋଷ୍ଠୀ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ଅତିଥି ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ। ସମ୍ପୃକ୍ତ ପଞ୍ଚାୟତରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥା ସର୍ଵ ସାଧାରଣ ବ୍ୟବହୃତ ରାସ୍ତା,ପୋଖରୀ, କୋଠା ,ନାଳ ନର୍ଦ୍ଦମା ଓ ଗୋଷ୍ଠୀ ଶୌଚାଳୟ ଆଦି ସ୍ଥାନ ଗୁଡିକ ପରିଷ୍କାର ପରିଚ୍ଛନ୍ନ ରଖିବା ସକାଶେ ସଚେତନତା କରା ଯାଇଥିଲା। ଏଣୁ ଏକ ଆବର୍ଜନା ମୁକ୍ତ ଭାରତ ସଫଳ ରୂପାୟନ ସକାଶେ ସାମୁହିକ ପ୍ରଚେଷ୍ଟା ଜାରୀ ରଖିବା ଆବଶ୍ୟକ ବୋଲି ଉପସ୍ଥିତ ଯନ୍ତ୍ରୀ ସନ୍ତୋଷ କୁମାର ଦାଶ ମତବ୍ୟକ୍ତ କରିଥିଲେ। ଏଥିସହ ପାନୀୟ ଜଳର ଗୁଣବତ୍ତା ପରୀକ୍ଷା ସକାଶେ ତାଲିମ ପ୍ରଦାନ କରାଯାଇଥିଲା। ପାନୀୟଜଳ ଉତ୍ସ ନଳକୂପ ଏବଂ ପାନୀୟ ଜଳ‌‌‌ ପ୍ରକଳ୍ପର ଜଳର ଗୁଣବତ୍ତା ପରୀକ୍ଷା କରି ବିଭାଗୀୟ ଓ୍ବେବସାଇଟରେ ତଥ୍ୟ ଉପସ୍ଥାପନ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା।‌ ଆୟୋଜିତ କର୍ମଶାଳାରେ ସ୍ଥାନୀୟ ବ୍ଳକର ବହୁ ପଞ୍ଚାୟତର ଏମବିକେ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ