ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ କୁରୁଡା ଗ୍ରାମ ପଞ୍ଚାୟତ ମଧ୍ୟରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ୩ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ କିଶୋର କୁମାର ସ ସଭାପତିତ୍ୱ କରିଥିବା ବେଳେ ନିକଟସ୍ଥ ନୂତିପାଟଣା ଗ୍ରମାର ସମାଜସେବୀ ବାବୁରାମ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବର ଉଦ୍ଘାଟନ କରିଥିଲେ । ସେହିପରି ଉଦ୍ଯାପନି ଉତ୍ସବରେ କୁରୁଡା ଗ୍ରାମପଞ୍ଚାୟତର ସରପଞ୍ଚ ବାସନ୍ତୀ ଗିରି ମୁଖ୍ୟ ଅତିଥି ତଥା ନିୟୁଲାଇଫ୍ ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ବିକ୍ରମ କେଶରୀ ଦାସ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ବିଦ୍ୟାଳୟସ୍ତରରେ କ୍ରୀଡାର ଉପାଦେୟତା ସମ୍ବନ୍ଧରେ ପିଲାମାନଙ୍କୁ ତାଙ୍କର ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂପାଦକ ବସନ୍ତ କୁମାର ଦାସ ଏବଂ ସଭାପତି ଶରତ କୁମାର ଜେନା ଉତ୍ସବରେ ଉପସ୍ଥିତ ରହି ପିଲାମାନଙ୍କ ପାଇଁ ନିଜ ନିଜର ଉପାଦେୟ ଭାଷଣ ରଖିଥିଲେ । ଶେଷରେ ଗୁରୁଜୀ ଦେବେନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।