ପାରଳାରେ ସିଦ୍ଧାନ୍ତ ଓ ଅପରାହ୍ନର ମିଳିତ ଆନୁକୂଲ୍ୟରେ “ଆମ ଗାଁ ଆମ ସାହିତ୍ୟ” ଆଲୋଚନାଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିଦ୍ଧାନ୍ତ ଏବଂ ବାଲେଶ୍ୱରସ୍ଥିତ “ଅପରାହ୍ନ” ସମ୍ୱାଦପତ୍ର ଏବଂ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ “ଆମ ଗାଁ ଆମ ସାହିତ୍ୟ” ସମ୍ବନ୍ଧୀୟ ଆଲୋଚନାଚକ୍ର ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି।”ଅପରାହ୍ନ” ସମ୍ବାଦପତ୍ର ସଂପାଦକ ବଂଶୀଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ତଥା ସମ୍ମାନିତ ଅତିଥି ଭାବେ “ଅର୍ପଣ”ର ସଂପାଦିକା ଲକ୍ଷ୍ମୀପ୍ରିୟା ଦାସ,ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା,ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ଯ ବିଚିତ୍ରାନନ୍ଦ ବେବର୍ତ୍ତା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ସୁଲତା ଶୁଭଦର୍ଶିନୀ ଅତିଥି ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ହିତୈଷିଣୀ ସମାଜର ସଭାପତି ଭାରତଭୂଷଣ ମହାନ୍ତି ନିଜ ବକ୍ତବ୍ଯ ରଖିଥିଲେ।ବକ୍ତାମାନେ ନିଜ ମନ୍ତବ୍ୟରେ ଗ୍ରାମ୍ୟ ସାହିତ୍ୟ ଓ ସଂଗୀତ ଉପରେ ଆଲୋକପାତ କରିଥିଲେ।ସେହି ଲୋକଗୀତ ଆଜି ହଜିଯାଇଛି।ଯେଉଁଠି ପର୍ବପର୍ବାଣିରେ ସଂସ୍କୃତି ମୂଲ୍ୟବୋଧ ତାହା ଥିଲା ତାହା ଆଜି ଲୋପ ପାଇଛି।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଯଥା:-ବିଚିତ୍ରାନନ୍ଦ ବେବର୍ତ୍ତା,ଡ.କଲ୍ୟାଣୀ ମିଶ୍ର, ମନୋଜ କୁମାର ପଣ୍ଡା ଏବଂ ଗୌରହରି କରସୁଧା ପଟ୍ଟନାୟକଂକୁ ସମ୍ମାନିତ କରିଥିଲେ।ତତ୍ ସଂଗେସଂଗେ ୪୦ରୁ ଉର୍ଦ୍ଧ୍ୱ କବି ନିଜ ରଚିତ କବିତା ପାଠ କରିଥିଲେ।ଏହାକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏବଂ ସ୍ନିଗ୍ଧା ମିଶ୍ର ସମୀକ୍ଷା କରିଥିଲେ।ଶେଷରେ ବବିତା ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ