ଶାସଙ୍ଗ ଠାରେ ମୁନି ସମାଜର ବାର୍ଷିକ ଅଧିବେଶନ
ହାଟଡିହି, (ବିକାଶ ବିଶ୍ୱାଳ):ଶିବମୁନି ଯୋଗାଶ୍ରମ ଶାସଙ୍ଗ ଶାଖାରେ କେନ୍ଦୁଝର ଜିଲ୍ଲା ସ୍ତରୀୟ ମୁନି ସମାଜର ପ୍ରଥମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ପ୍ରାନ୍ତୀୟ ଅଧ୍ୟକ୍ଷ ବସନ୍ତ ମୁନିଙ୍କ ସଭାପତିତ୍ୱରେ ରେ ଅନୁଷ୍ଠିତ ଏହି ଜ୍ଞାନଯଜ୍ଞରେ ଯୋଗାଚାର୍ଯ୍ୟ ବାଇଧର ମୁନି ଯୋଗଦେଇ ଶିବମୁନୀଙ୍କର ତତ୍ବ ଆଧାରିତ ଯୋଗ, ସ୍ୱାସ୍ଥ୍ୟ, ଆତ୍ମଜ୍ଞାନ, ସ୍ୱତନ୍ତ୍ର ବିଚାର ଉପରେ ଆଧାରିତ ପ୍ରବଚ଼ନ ଦେଇଥିଲେ। ଅଖିଳ ଭୂଖଣ୍ଡଳୀୟ ସର୍ବ ସିରୋମଣୀ ମୁନି ସମାଜର ମୁନିଶ୍ଵର ପଣ୍ଡିତ ନିରଞ୍ଜନ ଶାସ୍ତ୍ରୀ, ଯୋଗଦାନ କରି ଜୀବା ଦୈତ୍ୟବାଦ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସତ୍ୟପତାକା ଉତୋଳନ କରାଯିବା ସହ କେନ୍ଦୁଝର ଜିଲ୍ଲା ଅଧ୍ୟକ୍ଷ ଅନାଦି ମୁନି ପତାକା ସଙ୍ଗୀତ ଗାନ କରିଥିଲେ। ଏଥିରେ କେନ୍ଦୁଝର ଜିଲ୍ଲାର ବହୁ ଯୋଗୀ, ଯୋଗାଚାର୍ଯ୍ୟ, ମୁନି, ମୁନିମତୀ ଗଣ ଯୋଗ ଦେଇ ଶିବମୁନିଙ୍କର ତତ୍ବ ଉପରେ ବହୁ ମୁଲ୍ୟବାନ ପ୍ରବଚ଼ନ ଶୁଣିଥିଲେ ।