ଦେବ ଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ଥାଇ ଜଳ ଫୁଆରର ବିକଳ ଚିତ୍ର

ଢେଙ୍କାନାଳ,(ତାପସ ଦାସ):ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର କପିଳାସର ଅବ୍ୟଵେବସ୍ତା ଗାଁ ପରିମଳ ଧୋବା ତୁଠରୁ
ଇଏ ହେଉଛି ଓଡ଼ିଶା ପ୍ରସିଦ୍ଧ ଶୈବ ପୀଠ ” କପିଳାସ ” ର ମୁଖଶାଳା ରେ ଥିବା ଟାଟା କମ୍ପାନୀ ଦ୍ଵାରା ନିର୍ମିତ “ମହାଦେବ ଙ୍କ ପ୍ରତିମୂର୍ତ୍ତି ” ଥାଇ ଜଳ ଫୁଆରା ( ୱାଟର ଫାଉଣ୍ଟାନ)ର ବିକଲ ଚିତ୍ର । ଲକ୍ଷାଧିକ ଟଂକା ବ୍ୟୟ ରେ ଗତ ବର୍ଷେ ତଳେ କପିଳାସ ର ସୋନ୍ଦର୍ୟ୍ଯ କରଣ ପାଇଁ ତିଆରି ହୋଇଥିଲା । ଦେବୋତ୍ତର ବିଭାଗ ର ଅବ୍ୟବସ୍ଥା ପାଇଁ ତାହା ବର୍ତମାନ ବୁଲା କୁକୁର ଙ୍କ ବାସ ସ୍ଥଳୀ ରେ ପରିଣତ ହୋଇଛି । ଅଳିଆ ଆବର୍ଜନା ରେ ପରିପୂର୍ଣ ପରିବେଶ । ସାଧାରଣ ଟିକିଏ ଚୂନ ମାରିବା ପାଇଁ ଅକ୍ଷମ ଦେବୋତ୍ତର ବିଭାଗ । ଆଉ ଗୋଟିଏ ଦିନ ପରେ କପିଳାସ ରେ ମହା ଧୁମ୍ ଧାମ ରେ ପାଳିତ ହେବାକୁ ଯାଉଛି “ମହା ଶିବରାତ୍ରି ” । ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କପିଳାସ ର “ଚଳନ୍ତି ଠାକୁର୍ ” ଜନୈକ ଅବସର ପ୍ରାପ୍ତ ଅଧିକାରୀ ଙ୍କ ମନ୍ ମାନି ରେ ଚାଲିଛି ସବୁ କିଛି । ପ୍ରଭୁ ଚନ୍ଦ୍ରଶେଖର ହିଁ ଭରସା ଏହି ପବିତ୍ର କପିଳାସ ପୀଠ କୁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ