ବାହାରଣା ମିଶନଶକ୍ତି ଗୃହରେତାଲା ପକାଇଲେ ଶତାଧିକ ମହିଳା ଓ ଚାଷୀ
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡା ବ୍ଲକ ବାହାରଣା ପଞ୍ଚାୟତ ରେ ଥିବା ସୁରକ୍ଷା – ୨୮ ର ମହାଦୁର୍ନୀତି ସହିତ ଲକ୍ଷପତି ଦିଦି ଚୟନରେ ଅନିମିୟତା ଓ ଧାନ ମଣ୍ଡିରେ ଚାଷୀ ମାନଙ୍କ ଧାନର ଅଭାବୀ ବିକ୍ରି କାରଣ କୁ ନେ଼ଇ ପଞ୍ଚାୟତ ର ବିଭିନ୍ନ ମହିଳା ଗୋଷ୍ଠୀ ର ଶତାଧିକ ମହିଳା ମା ଓ ଚାଷୀ ମାନେ ଆସି ପଞ୍ଚାୟତ ମିଶନ ଶକ୍ତି ଗୃହରେ ତାଲା ପକାଇଛନ୍ତି ।ସୂଚନା ରୁ ପ୍ରକାଶ ଯେ, ପୂର୍ବରୁ ଏହି ସୁରକ୍ଷା – ୨୮ ନାମରେ ଥିବା ମିଶନ ଶକ୍ତି ରେ କାର୍ଯ୍ୟ ସମ୍ପାଦନ କରୁଥିବା ସଭାନେତ୍ରୀ ,ସମ୍ପାଦିକା ,ଏମ ବି କେ ସହିତ ପୂର୍ବରୁ ଦାଇତ୍ୱରେ ଥୁବା ଭିଏଲସି ଅଧିକାରୀ ମିଳିତ ସହଯୋଗରେ ମହିଳା ସଭ୍ୟା ମାନଙ୍କୁ ନଜଣାଇ ଜାଲିଆତି କରି ମନଇଚ୍ଛାରେ ବିଭିନ୍ନ ପ୍ରକାର ଆଳରେ ମିଶନ ଶକ୍ତି ଲାଭାନ୍ସ ଅର୍ଥ ରୁ ଲକ୍ଷାଧିକ ଟଙ୍କା ଉଠାଇ ନିଜନିଜ ମଧ୍ୟରେ ବାଣ୍ଟି ନେଇଥିବାର ମହିଳା ମାନେ ଉପ ମୁଖ୍ୟମନ୍ତ୍ରୀ ତଥା ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ପାଖରେ ଅଭିଯୋଗ କରିଥିଲେ ।ସେହିଭଳି ପଞ୍ଚାୟତରେ ୧୮୦ ରୁ ଉର୍ଦ୍ଧ୍ବ ମହିଳା ଗୋଷ୍ଠି ଥିବା ବେଳେ ଅଧାରୁ ଅଧିକ ଗୋଷ୍ଠି ମାନେ ଲକ୍ଷେପତି ଦିଦି ରୁ ବଞ୍ଚିତ ରହିଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ଗୋଟିଏ ଗୋଟିଏ ଗ୍ରୁପରୁ ୫ରୁ୧୦ ଜଣ ମହିଳା ଙ୍କ ନାମ ଥିବା ବେଳେ କେତେକ ମହିଳା ଗୃପରେ ମହିଳା ଙ୍କ ନାମ ଜାଣିଶୁଣି ଦେଇ ନାହାନ୍ତି ବୋଲି ମହିଳାମାନେ କହିଛନ୍ତି । ଉକ୍ତ ଯୋଜନା ରୁ ବଞ୍ଚିତ ହୋଇଥିବା ମହିଳା ମାନେ ଆସି ମିଶନ ଶକ୍ତି କାର୍ଯ୍ୟଳୟକୁ ତାଲା ପକାଇଛନ୍ତି। ଏହି ଶିବିରକୁ ବନ୍ଦ କରି ପୁନଃଚୟନ କରି ପ୍ରଶିକ୍ଷଣ ଶିବିର କରିବା ପାଇଁ କମଳି ଭୋଇ ,ନିନୁ ଭୋଇ ,ଝରଣା ଭୋଇ ,କବିତା ଭୋଇ ,ରେବ ଭୋଇ , ମମତା ନାୟକ ,ଅହଲ୍ୟା ନାୟକ,ସବିତା ମିଶ୍ର ,ସ୍ୱର୍ଣ୍ଣ ଲତା ବିଶ୍ୱାଳ ,ତୁଳସୀ ରାଉତ, ନିରୂପମା ପଣ୍ଡା ,ରୀନା ମହାନ୍ତି , ସୁଜତା ମଲ୍ଲ ,ଜୋସ୍ନାରଣୀ ପଣ୍ଡା ବାସନ୍ତୀ ରାୟ , ଇଭାଲିନି ପରିଡା ,ମିନତୀ ମଲ୍ଲ ,ଗୀତାଞ୍ଜଳି ପ୍ରଧାନ , ଅନୁସାୟା ନାୟକ , ରିନାରଣୀ ନାୟକ ,କବିତା ନାୟକ ,କନକ ଲତା ସ୍ୱାଇଁ,ମିନତୀ ମଲ୍ଲ ଙ୍କ ସହିତ ଶତାଧିକ ମହିଳା ଦାବି କରିଛନ୍ତି । ସେହିପରି ବାହାରଣା ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେତେକ ଚାଷୀଙ୍କ ମୋବାଇଲ କୁ ମେସେଜ ଆସୁନାହିଁ କି ଜାଣିଶୁଣି ଟୋକନ ଦେଉନାହାନ୍ତି ।ଯାହା ଫଳରେ ଚାଷୀ ଧାନ ମଣ୍ଡିରେ ଦେଇ ନ ପାରି ଶାଗମାଛ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ସର୍ବେଶ୍ୱର ରଥ , ବିଜେପି ଯୁବ ନେତା ଦିଲିପ କୁମାର ମହାନ୍ତି ,ପବିତ୍ର ଭୋଇ ,ସରୋଜ କୁମାର ମହାନ୍ତି, ସୁବାସ ପଟ୍ଟନାୟକ, ଜଟାଧାରୀ ଭୋଇ , ଲକ୍ଷ୍ମୀଧର ମିଶ୍ର, ବ୍ରଜକିଶୋର ନାୟକ,ବିଭୁତି ଜେନା, ଗୌତମ ଦାସ ,ରମେଶ ଚନ୍ଦ୍ର ସ୍ୱାଇଁ ଈଶ୍ୱର ଭୋଇ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଲକ୍ଷପତି ଦିଦି ପୁନଃଚୟନ କରିବା ସହିତ ଚାଷୀ ମାନଙ୍କ ଧାନ ମଣ୍ଡି ରେ କ୍ରୟ କରିବାକୁ ଦାବି ହେଉଛି।


