ମଦ ଜବର୍ତି ବିତ ଜଣେ ଜଣେ ଗିରଫ

ବାଙ୍ଗିରୀପୋଷୀ, (ଶିବ ଶଙ୍କର ମାନ୍ନା):ବାଙ୍ଗିରିପୋଷି ବ୍ଳକରେ ବିଦେଶୀ ମଦ ଖୁଲମଖୁଲା ଭାବେ ଅବାଧରେ ବିକ୍ରି ଚାଲିଥିବା ବେଳେ ଅବକାରୀ ବିଭାଗ ଦୀର୍ଘଦିନ ହେବ ନିରବ ରହିଥିଲେ। କିନ୍ତୁ ଏ ବାବଦରେ ଖବର ପାଇ ଅବକାରୀ ବିଭାଗ ସଦଳବଳେ ଚଢ଼ାଉ କରି କୁସୁମ ବନ୍ଦ ପଞ୍ଚାୟତ ର ଅଭିମନ୍ୟୁ ବେହେରା ଙ୍କୁ ସୋମବାର ଗିରଫ କରିବା ସହିତ ୫୧ ଲିଟର ଏନଡିଏଫ ଅରୁଣାଚଳ ପ୍ରଦେଶ ରାଜ୍ୟର ମଦ କୁ ଜବତ୍ କରିଛନ୍ତି ।ବିଭାଗ ତରଫରୁ ଜଣାପଡେ ଅଭିମନ୍ୟୁ ଦୀର୍ଘଦିନ ହେବ ଏହି ବେନିୟମ ମଦ ବ୍ୟବସାୟ ଚଳାଇଥିବା ବେଳେ ଏ ବାବଦରେ କେହି ଜଣେ ମୟୂରଭଞ୍ଜ ଅବକାରୀ ସୁପାରିଟେଣ୍ଡ ପ୍ରଶାନ୍ତ କହଁର ପାଖକୁ ଖବର ଦେଇଥିଲେ।ସୁପାରିଟେଣ୍ଡ ଶ୍ରୀ କହଁର ଙ୍କ ନିର୍ଦେଶ କୁଳିଅଣା ଅବକାରୀ ଅଧିକାରୀ ଜ୍ଞାନେଶ୍ଵରୀ ବିଶ୍ଵାଳ,କେଶର ଆୟ ସପ୍ନାରାଣୀ ସାହୁ,ଏ ଏସ ଆଇ ତପନ କୁମାର ସାହୁ,ଷ୍ଟାଫ ଅର୍ଜୁନ ତରୋଇ, ବିକାଶ କୁମାର ମହାନ୍ତ, ଲକ୍ଷ୍ମଣ କୁମାର,ମମତା ବାରିକ ଏ ଚଢ଼ାଉ ରେ ସାମିଲ ଥିବା ଜଣା ପଡ଼ିଛି। ଅବକାରୀ ଅଧିକାରିଣୀ କୁହନ୍ତି ଆଗକୁ ବେନିୟମ ମଦ ବିକ୍ରୀ ଉପରେ ଚଢାଉ ଜାରି ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ