ଶ୍ରଦ୍ଧାଳୁଙ୍କ ହର ହର ମହାଦେବ ଧ୍ଵନିରେ କମ୍ପୁଛି ଶୈବ ପୀଠ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ହର ହର ମହାଦେବ ଧ୍ଵନି ରେ କମ୍ପୁଛି ଶୈବ ପୀଠ । ଆଜି ପବିତ୍ର ମହାଶିବରାତ୍ରୀ ଜାଗର ଯାତ୍ରା ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ମହା ଶିବରାତ୍ରୀ ପାଳନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ମହାଦୀପ ଦର୍ଶନ ପାଇଁ ଉଜାଗର ରହି ନିଜର ଭକ୍ତି ଭାବ ରେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଛନ୍ତି। ଆଜି ସମସ୍ତ ଶୈବ ପୀଠରେ ମହାଦୀପ ଉଠିବା ଧାର୍ଯ୍ୟ ହୋଇଥିବା ବେଳେ ସାନଖେମୁଣ୍ଡି ଅଞ୍ଚଳର ବହୁ ପ୍ରସିଦ୍ଧ ପୁରାତନ ଶିବ ମନ୍ଦିରରେ ୧୧,୪୫ ମିନିଟ ସମୟରେ ମହାଦୀପ ମନ୍ଦିର ଗର୍ଭ ଗୃହରୁ ବାହାରି ମନ୍ଦିର ଉପରକୁ ଉଠିଥିଲା। ଆଜି ପ୍ରବଳ ଭକ୍ତଙ୍କ ସମାଗମା ସହ ମହା ଜାଗର ପାଳନ ହେଉଅଛି । ଅଂଚଳ ପ୍ରସିଦ୍ଧ ଥିବା ପଳାଶପୂର୍ ଶ୍ରୀ ବୁଦ୍ଧେଶ୍ବର ମହାଦେବଙ୍କ ପୀଠରେ ହଜାର ହଜାର ମନ୍ଦିରର ରୂପାନ୍ତରଣ ସହ ହନୁମାନ ବାଟିକା ପାର୍କ , ସେଲଫି ପଏଣ୍ଟ, ପରିସର ସୌନ୍ଧର୍ଯ୍ୟକରଣ ଭକ୍ତଙ୍କୁ ଆକୃଷ୍ଟ କରିଛି । ଏହା ସହ ବ୍ଲକର ଛଣମେରୀ ସ୍ଥିତ ନୀଳକଣ୍ଠେଶ୍ଵର , ଭାଲିଆଝୋଳା – ପାଟପୁରମଧ୍ୟସ୍ଥନୀଳକଣ୍ଠେଶ୍ୱର୍,ପାଟପୁରବସଷ୍ଟାଣ୍ଡସ୍ଥିତଲୋକନାଥେଶ୍ୱର୍ ,ଉସ୍ତା ଜଗନ୍ନାଥପୁର ସ୍ଵପ୍ନେଶ୍ୱର, ଜିଉରା ପରମେଶ୍ବର ,ଆଡପଡ଼ା ଇସାଣେଶ୍ୱର୍, ବ୍ଲକର ସମସ୍ତ ଶୈବ ପୀଠରେ ଆଜି ମହାଶିବରାତ୍ରୀ ଉତ୍ସାହର ସହ ପାଳିତ ହେଉଥିବା ଦେଖିବାକୁ ମିଳିଛି ।ଦର୍ଶନ ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା , ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ,ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ,ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚକ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାୟକଙ୍କ ସମେତ ବହୁ ଶୈବପୀଠ ପୀଠ ପରିକ୍ରମା କରିବା ସହ ଦର୍ଶନ ଲାଭ କରିଛନ୍ତି । ଏହି ଜାଗର ଯାତ୍ରାରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ନେଇ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ସ୍ଵତନ୍ତ୍ର ଟିମ ମୁତୟନ କରାଯାଇ ସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ଭକ୍ତ ଙ୍କ ପାଇଁ ପାନୀୟ ଜଳ,ସର୍ଶନ ପାଇଁ ବ୍ୟାରିକେଟ, ଗରମରୁ ରକ୍ଷା ପାଇଁ ଫେନ ର ବ୍ୟବସ୍ତା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ସମାଗମ କୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ