ବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷର ବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିଵ ନାଏକ (୫୨)ଙ୍କୁ ଗିରଫ କରିଛି | ସଂପୃକ୍ତ ବାଳିକା ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ଦୁକାନକୁ ସୌଦା ଆଣିବା ପାଇଁ ଯାଉଥିବା ବେଳେ ବିଜେପୁର ବଙ୍ଗଳା ଗେଟ ନିକଟରେ ଅଭିଯୁକ୍ତ ଶିଵ ଠିଆହୋଇଥିଲା।ବାଳିକା ଯାଉଥିବା ଦେଖି କଣ କହିବା ବାହାନା କରି ନିଜ ପାଖକୁ ଡାକିଥିଲା। ବାଳିକା ଜଣକ ପାଖକୁ ଆସିବା ପରେ ମୁହଁକୁ ଚାପି ଦେଇ ଗାଁ ନିକଟରେ ଥିବା ବଙ୍ଗଳା ଭଙ୍ଗା ଘର ଭିତରେକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ଆଜି ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ବିଜେପୁର ଥାନା ଅଧିକାରୀ ବିଶମ୍ବର କହଁରଙ୍କ ନେତୃତ୍ବରେ ଏକ ଟିମ୍ ଗାଁକୁ ଯାଇ ଅଭିଯୁକ୍ତ ଶିଵଙ୍କୁ ଗିରଫ କରିଥିଲେ | ପୀଡିତାର ଡାକ୍ତରୀ ମାଇନା ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନାକୁ ପଠାଯାଇ ସେଠାରେ ନହେବାରୁ ପୁଣି ବିଶ୍ୱନାଥପୁର ଡାକ୍ତରଖାନା ପିଡିତାର ଡାକ୍ତରୀ ମାଇନା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।ଏନେଇ ବିଜେପୁର ଥାନା କେଶ ନଂ ୭/୨୫ ରେ ଧାରା ୬୪ ବିଏନଏସ ଅନୁଯାୟୀ ଅଭିଯୁକ୍ତ ଶିବକୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବିଶ୍ବମ୍ବର କହଁର ପ୍ରକାଶ କରିଛନ୍ତି।ଅନ୍ୟ ପକ୍ଷରେ ପିଡିତାର ଗତ ମାସରେ ନିର୍ବନ୍ଧ ହୋଇଥିବା ବେଳେ ପିଡିତା ଜଣକ ଅଞ୍ଚଳରେ ମୁଣ୍ଡ ଟେକି ଚାଲିବା କଷ୍ଟ କର ହୋଇ ପଡିଛି।ଏଣୁ ପିଡିତା ମୋ ଜୀବନ ପ୍ରତି ଖେଳିଥିବା ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ଦେଇ ମୋତେ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।ନ୍ୟାୟ ନମିଳିଲେ ଆତ୍ମହୁତି ଦେବୀବୋଲି ଚେତାବନୀ ଦେଇଛନ୍ତି।ଅଭିଯୁକ୍ତଙ୍କ ଏଭଳି ଚକ୍ରାନ୍ତକୁ ଅଞ୍ଚଳରେ ଛି ଛି କରୁଛନ୍ତି।ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହ ପୀଡିତାକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସାଧା ଧାରଣରେ ଦାବି ହେଉଛି।