ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ ନାମାଙ୍କନ ଶେଷ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଗତ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଚାରୋଟି କାର୍ଯ୍ୟକାରୀ ସଦସ୍ୟ ପାଇଁ ନାମାଙ୍କନ ଦାଖଲ ହୋଇଥିଲା।ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ଓ ଆଇନଜୀବି ସିରାଜଉଦ୍ଦିନ ଅହମ୍ମଦ, ଉପ ସଭାପତି ପାଇଁ ସନତ କୁମାର ମିଶ୍ର ଓ ସଦାଶିବ ସାହୁ,ସମ୍ପାଦକ ପଦବୀ ପାଇଁ ରାମ ପ୍ରସାଦ ପାତ୍ର, ତପନ କୁମାର ସିଂ, ଯୁଗ୍ମ ସମ୍ପାଦକ ପାଇଁ ସ୍ନେହଲତା ଦେବୀ ଏବଂ କୋଷାଧ୍ୟକ୍ଷ ପଦବୀ ପାଇଁ ଶେଖ୍ ବାବା ଆଲିଶା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ୪ ସଂଖ୍ୟକ କାର୍ଯ୍ୟକାରୀ ସଦସ୍ୟ ପଦବୀରେ ସୁରୋଜ କୁମାର ନାୟକ, ସନ୍ତୋଷ କୁମାର ନାୟକ, କିଶୋରୀ ପଟ୍ଟନାୟକ, ଦେବୀ ପ୍ରସାଦ ସିଂ ଏବଂ ଗଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଛନ୍ତି ବୋଲି ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି।
ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର, ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଏବଂ ଆଇନଜୀବୀ ତାଜ ଇମରାନ ସରିଫ ପରିଚାଳନା କରୁଛନ୍ତି । ଆସନ୍ତା ୯ ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ