ରାଧାକୃଷ୍ଣ ମନ୍ଦିରରେ ଅଷ୍ଟପ୍ରହରୀ ସଂକୀର୍ତ୍ତନ

ବେତନଟୀ,(ଉଦିତ କୁମାର ପରିଡା) : ବେତନଟୀ ଆନନ୍ଦବଜାର ସ୍ଥିତ ରାଧାକୃଷ୍ଣ ମନ୍ଦିର ପକ୍ଷରୁ ପ୍ରତି ବର୍ଷ ପରି ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ସଂକୀର୍ତ୍ତନ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଅଷ୍ଟପ୍ରହରୀ ସଂକୀର୍ତ୍ତନ ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇ ଶୁକ୍ରବାର ଦୋଳପୂର୍ଣ୍ଣିମା ସନ୍ଧ୍ୟାରେ ଶେଷ ହୋଇଥିଲା। ସଂକୀର୍ତ୍ତନ ନିମନ୍ତେ ୩ଟି ସଂକୀର୍ତ୍ତନ ଦଳ ଯୋଗ ଦେଇ ନିଜ ନିଜର ପ୍ରତିଭା ଦେଖାଇଥିଲେ। ଦୋଳ ପୂର୍ଣ୍ଣମୀ ଦିନ ମନ୍ଦିର ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ପ୍ରବୀଣ ପରିଡା, ଦେବବ୍ରତ ବିନ୍ଧାଣୀ, ପପୁ ଲେଙ୍କା, ମଙ୍ଗଳୁ ଲେଙ୍କା, ଶଶାଙ୍କ ଲେଙ୍କାଙ୍କ ସମେତ ଅନେକ ସଦସ୍ୟମାନେ ସୁଚାରୁ ରୂପେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ