କୁଆମରା ଭୋଳ ପୋଖରୀ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
ଉଦଳା, (ରାଜୀବ ବେହେରା): ପବିତ୍ର ହୋଲି ରେ ଚଲଚଞ୍ଚଳ ପୂରରୁ ପଲ୍ଲୀ, ସମସ୍ତଙ୍କ ଭିତରେ ରଙ୍ଗ ଖେଳରେ ଖୁସି ରେ ଖେଳୁ ଛନ୍ତି, ମନରେ ଅନେକ ଆଗ୍ରହ ଉଦିପନା ଭରି ରହିଛି,ସମସ୍ତେ ପରସ୍ପର କୁ ରଙ୍ଗ ଦେଉଛନ୍ତି ରଙ୍ଗ ନେଉଛନ୍ତି, ନିଜନିଜ ଭିତରେ ଥିବା ଭାବ ଏବଂ ଖୁସି ର ଆଦାନ ପ୍ରଦାନ କରି ମଜା ନେଉଛନ୍ତି l ଆଉ ଏହି ଖୁସିର ପର୍ବ ରଙ୍ଗ ପର୍ବରେ ସlମନlକୁ ଆସିଲା ବଡ ଅଘଟଣ, ବାଇକ ଚଳାଇ ଯାଉ ଥିବା ବେଳେ କୌଣସି କାରଣରୁ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ ପିଟି ହୋଇ ଥିଲା, ଘଟଣା ସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ, ଦୁଇ ଗୁରୁତର ହୋଇଛନ୍ତି l ଏଭଳି କିଛି ଘଟଣା ମୟୁରଭଞ୍ଜ ଜିଲ୍ଲା କୁଆମରା ଫାଣ୍ଡି ଅଧୀନ ଭୋଳ ପୋଖରୀ ଲେଙ୍କାସାହି ନିକଟରେ ଘଟି ଯାଇଛି l ତିନି ସାଙ୍ଗ ଭୀମଦା ଅଞ୍ଚଳରୁ କୁଆମର ଆଡକୁ ଆସୁଥିବା ବେଳେ ଦ୍ରୁତଗତି ଏବଂ ଗାଡ଼ି ରେ ଯାତ୍ରା କରିବା ସମୟରେ ହେଲମେଣ୍ଟ ପିନ୍ଧିନଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ତେବେ ଗୋଟେ ଗାଡ଼ିରେ ତିନିଜଣ ବସି ବିନା ହେଲମେଣ୍ଟ ରେ ହୋଲି ଖେଳିବାକୁ ଆସୁଥିବା ବେଳେ ରାସ୍ତାରୁ ଭାରସାମ୍ୟ ହରାଇ ରାସ୍ତା ତଳେ ଏକ ଗଛରେ ପିଟି ହୋଇ ଥିବା ବେଳେ ତିନିଜଣଙ୍କ ଭିତରୁ ବାଇକ ଚାଳକ ର ଘଟଣା ସ୍ଳଳରେ ମୃତ୍ୟୁ ଘଟି ଛି, ଘଟଣା ସ୍ଥଳରେ କୁଆମରା ପୋଲିସ ପହଞ୍ଚି ସ୍ଥାନୀୟ ଗ୍ରାମବାସି ଙ୍କ ସହାୟତାରେ ଦୁଇ ଗୁରୁତର ଙ୍କୁ କୁଆମରା ଡାକ୍ତର ଖାନାରେ ଭର୍ତ୍ତି କରାଇଛନ୍ତି, ତେବେ ମୃତକ ଙ୍କ ପରିଚୟ ମିଳି ପାରିନାହିଁ, ପୋଲିସ ର ତଦନ୍ତ ଜାରି ରହିଛି l ପ୍ରତି ଦିନ ଦୁର୍ଘଟଣା ଘଟୁଛି, ଗାଡ଼ି ଚଳାଇବା ସମୟରେ ହେଲମେଣ୍ଟ ଏବଂ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପ୍ରଶାସନ ତରଫରୁ ସଚେତନତା କରାଯାଉଥିବା ବେଳେ ଅମାନିଆ ଗାଡ଼ି ଚାଳକ ଙ୍କର ଦୁର୍ଘଟଣା ରେ ଜୀବନ ଯାଉଛି ଯାହା ସାଧାରଣରେ ଆଲୋଚନା ହେଉଛି l