ସୂର୍ଯ୍ୟପରାଗର ବିରଳ ଦୃଶ୍ୟ ଦେଖିବା ଲାଗି ଭିଡ
ଚଳିତ ବର୍ଷ ର ଶେଷ ସୂର୍ଯ୍ୟପରାଗ ଗୁରୁବାର ଡିସେମ୍ବର ୨୬ ତାରିଖରେ ଦେଖିବାକୁ ମିଳିଛି । ଏହି ବିରଳ ସୂର୍ଯ୍ୟପରାଗ ଚକ୍ଷୁୂରେ ଦେଖିବା ନିମନ୍ତେ ବିଭିନ୍ନ ପ୍ଲାନୋଟରିୟମରେ ବ୍ୟବସ୍ଥା କରାଯାଇଛି । ସେହି ପରି ବ୍ରହ୍ମପୁର ସହରର ଖଲ୍ଲିକୋଟ୍ କଲେଜ ଷ୍ଟାଡିୟମ୍ ଠାରେ ବିଜ୍ଞାନ ଚେତନା ମଂଚ ତରଫରୁ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇବା ସହ ଜନସାଧାରଣଙ୍କୁ କିଭଳି ଭାବରେ ସୂର୍ଯ୍ୟପରାଗର ବିରଳ ଦୃଶ୍ୟ ଦେଖିବା ସହ ଜନସାଧାରଣଙ୍କ ମଧ୍ୟରେ ରହିଥିବା ଖାଦ୍ୟ ଖାଇବା ନିଷେଧ ଆଦି ଉପରେ କଟକଣା ଭଳି ଯେଉଁ ଅନ୍ଧ ବିଶ୍ୱାସ ରହିଛି ତାହା ସଂମ୍ପୂର୍ଣ୍ଣ ଭାବେ ଅନ୍ଧ ବିଶ୍ୱାସ ବୋଲି ବହୁ ଜନସାଧାରଣଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଚେତନା ମଂଚ ତରଫରୁ ଗଂଜାମ ଜିଲ୍ଲା ଆବାହକ ଶିବାନୀ ଶଙ୍କର ମିଶ୍ର, ସୁନିଲ କୁମାର ବେହେରା, କେ.ଶିବ କରଣ ଗୁରୁ.ତନ୍ମୟ କରଣ ପ୍ରମୁଖ ପରିଚାଳନା କରିଥିଲେ ।