ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭ ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି। ଉକ୍ତ ବ୍ୟକ୍ତିମାନେ ବିଗତ ଦୁଇବର୍ଷ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରଥଯାତ୍ରା ପାଇଁ ଫାଶୀ କାଠ ଦାନ କରିଥିଲେ। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ଗତବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବହୁତ କାଠ ଶ୍ରୀମନ୍ଦିରକୁ ଦାନ କରାଯାଇଥିବା ଯୋଗୁ ରଥ ଚକ ଉପହାର ମିଳିଥିଲା। ତାହାକୁ ସ୍ଥାନୀୟ କାର୍ଯ୍ୟାଳୟରେ ପୂଜା କରାଯାଉଛି । ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡର ୨୨ ଜଣ କାଠ ଦାନ କରିବା ପାଇଁ କାଠ ଚୟନ ହୋଇଛି। ଏଥିସହ ବିଭାଗ ପକ୍ଷରୁ ମଧ୍ୟ କାଠ ଦେବା ପାଇଁ ଚୟନ ହୋଇଛି ବୋଲି ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ଏଠାରେ ପ୍ରକାଶ କରିଛନ୍ତି। ସେହିଭଳି ଗତବର୍ଷ ରଥଯାତ୍ରା ରେ ଉତ୍ତର ଘୁମୁସର ବନଖଣ୍ଡ ରୁ ମଧ୍ୟ କାଠ ଯାଇଥିଲା। ତେଣୁ ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବନଖଣ୍ଡକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଉକ୍ତ ପୁରସ୍କାର ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେଉଙ୍କଠାରୁ ଗ୍ରହଣ କରିଥିଲେ। ଏହି ସମୟରେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ମଧ୍ୟ ଏହି ବନଖଣ୍ଡରୁ କାଠ ପୁରୀ ରଥଯାତ୍ରା ପାଇଁ ଯିବାର ଯୋଜନା ଅଛି। ଏଥିପାଇଁ କାଠ ଚୟନ ପ୍ରକ୍ରିୟା ସରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ