ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ

ଉଦଳା, (ରାଜୀବ ବେହେରା): ଶରତ ଗାଇପାଣି ନିକଟ ମୁଖ୍ୟରାସ୍ତା ଡେଂଜର ଜୋନ ପlଲୋଟି ଯାଇଛି, ପ୍ରତିଦିନ ଦୁର୍ଘଟଣା ଘଟି ନିରୀହ ଜୀବନ ଯାଉଛି, ତେବେ କିଛି ମାସ ଅନ୍ତରରେ ବସ, ବୋଲେରୋ, ବାଇକ ଭଳି ଘଟଣା ଘଟି ଚାଲିଛି, ଦୁର୍ଘଟଣା ଥମିବାରେ ନାଁ ନେଉନାହିଁ, ତେବେ ଆଜି ପୁଣି ଏକ ଘଟଣା ଘଟି ଯାଇଛି l ଶରତ ଥାନା ଅଧୀନ ଗାଇପାଣି ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଯାଇଛି l ଦୁର୍ଘଟଣା କେମିତି ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି କାରଣ ଅତ୍ୟଧିକ ଖରା ପାଇଁ ରାସ୍ତାରେ ଯାତାୟାତ କମ ଥିଲା l ତେବେଏହାରି ଭିତରେ ଭୟଙ୍କର ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟି ଯାଇଛି l ବାଇକ ଚାଳକ ଜଣକ କୋୖଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ଏକ ଜାମୁ ଗଛରେ ବାଡେଇ ହୋଇ ଗୁରୁତର ହୋଇ ଥିବା ବେଳେ, ସ୍ଥାନୀୟ ଗ୍ରାମବାସୀ ଏବଂ କିଛି ସ୍ୱେଚ୍ଛାସେବୀ ଯୁବକ ମାନେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଉଦଳା ଡାକ୍ତର ଖାନାକୁ ପଠାଇ ଥିବା ବେଳେ ଡାକ୍ତର ଖାନାରେ ପହଞ୍ଚି ଥିବା ସମୟରେ କାର୍ଯ୍ୟରତ ଡାକ୍ତର ଦୁର୍ଘଟଣା ରେ ଗୁରୁତର ଯୁବକ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଏଭଳି କିଛିଘଟଣା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧୀନ ଶରତ ଗାଇ ପାଣି ନିକଟରେ ବାଇକ ଦୁର୍ଘଟଣା ଘଟିଯାଇଛି l ସୂଚନାରୁ ଜଣା ପଡିଛି ଉଦଳା ହିରୋ ସୋରୁମ ରୁ ଠାକୁରମୁଣ୍ଡା ସୋରୁମ କୁ ନୂତନ ଗାଡ଼ି ନେଇ ଯାଉ ଥିବା ବେଳେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା, ଆଉ ଜୀବନ ଚାଲି ଯାଇଥିଲା l ମୃତକ ବାଇକ ଚାଳକ ଠାକୁରମୁଣ୍ଡା ସୁଳୁନ୍ଦା ଅଞ୍ଚଳ ର ସାଗର ତେରେଇ ୩୦ ପିତା ନରହରି ତେରେଇ ବୋଲି ଜଣା ପଡିଛି l ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ