ସୀମାନ୍ତରେ ୪ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୪ ଜଣ ମାଓବାଦୀ ଙ୍କ ଆତ୍ମସମର୍ପଣ । ଏହି ଆତ୍ମସମର୍ପଣ କାରୀଙ୍କ ମଧ୍ୟରେ ଜଣେ ମହିଳା ଓ ୩ଜଣ ପୁରୁଷ ମାଓବାଦୀ ରହିଥିବା ବେଳେ ଦୁଇ ଜଣଙ୍କ ନାମରେ ୮ ଲକ୍ଷ ଲେଖାଏଁ ଇନାମ ଓ ଆଉ ଦୁଇ ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ଇନାମ ରହିଥିବା ଜଣାପଡିଛି। ସୁକୁମା ଏସପି କିରଣ ଚୌହାନଙ୍କ ସହ ସିଆରପିଏଫ କମାଣ୍ଡଣ୍ଟଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଅନେକ ହିଂସାକାଣ୍ଡ ରେ ଜଡିତ ଥିବା ବେଳେ ମାଓ ସଙ୍ଗଠନ ନିଜର ସ୍ଥିତି ଓ ନୀତି ଅଦର୍ଶ ହରାଉଥିବା ରୁ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଥଇଥାନ ନୀତି ଅନୁଯାୟୀ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


