ମହା ଆଡ଼ମ୍ବର ସହିତ ପାଳନ ହେଉଛି ମା ବାସନ୍ତୀ ଦୁର୍ଗାପୂଜା
ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ସଦର ମହକୁମା ସ୍ଥିତ ବାସନ୍ତୀ ନଗର ଠାରେ ମାଆ ବାସନ୍ତି ଦୁର୍ଗାଙ୍କ ଆଜି ମହାନବମୀ ପୂଜା , ବାସନ୍ତୀ ନଗର ପୂଜା କମଟି ତରଫରୁ ଏହି ପୂଜାର ଆୟୋଜନ କରାଯାଇଛି, ଧରା ପୁଷ୍ଠରେ ଅବତରଣ କରିଛନ୍ତି ମା ଜଗତ ଜନନୀ ମା ବାସନ୍ତୀ , କରୁଣାମୟୀ ମା ବାସନ୍ତୀ ପୂଜା ମଣ୍ଡପରେ ବିରାଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁ ଭକ୍ତମାନେ ନିଜର ମାନସ କାମନା ନେଇ ମାଙ୍କ ଆଗରେ ନତମସ୍ତକ ହୋଇ ପ୍ରଣାମ କରୁଛନ୍ତି । ବର୍ଷକରେ ଥରେ ମା ପୂଜା ମଣ୍ଡପରେ ଦର୍ଶନ ଦେଇ ଥିବାରୁ ମାଙ୍କୁ ଦର୍ଶନ କରି ଭକ୍ତ ମାନେ ବହୁ ଆନନ୍ଦ ଲାଭ କରିଛନ୍ତି । ଏହି ପୂଜା ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଯଥା ରୀତି ନୀତିରେ ଅନୁଷ୍ଠିତ ହେଉଛି ଆଜି ହେଉଛି ମହା ନବମୀ ପୂଜା ଆଜିର ଏହି ପବିତ୍ର ତିଥିରେ ମାଙ୍କ ନିକଟରେ ଫୁଲ, ଧୂପ ଦୀପ ଘଣ୍ଟ ଘଣ୍ଟା ଆଉ ଶ୍ରଦ୍ଧାଳୁଙ୍କ ଗହଣରେ ମା ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ପୁରା ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଛି , ଭକ୍ତ ମାନେ ଅତି ଶାନ୍ତି ଶୃଙ୍ଖଳା ର ସହିତ ଏହି ପୂଜା ମଣ୍ଡପରେ ମାଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି କାରଣ ମାଙ୍କୁ ଆଜି ପାଖରୁ ଦର୍ଶନ କରୁଛନ୍ତି ଭକ୍ତମାନେ, ୫ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଅଛି ପ୍ରଥମ ତିଥି ୩ ତାରିଖରେ ବେଲବରଣ ୪ ତାରିଖ ମହା ସପ୍ତମୀ ୫ ତାରିଖ ମହାଅଷ୍ଟମୀ ବିହିତ ପୂଜା ୬ ତାରିଖ ମାଙ୍କ ମହା ନବମୀ ପୂଜା ୭ ତାରିଖ ମା ବାସନ୍ତୀ ଦୁର୍ଗାଙ୍କର ଦଶହରା, ପ୍ରତ୍ୟେକ ଦିନ ପୂଜା କମିଟି ତରଫରୁ ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା କରାଯାଇଛି ।୭ ତାରିଖ ମାଙ୍କ ବିଜୟ ଦଶମୀ ରାତ୍ରି ୮ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନେଇ ସୂଚନା ପ୍ରଦାନ କରା ଯାଇଛି।


