ଚାଇଁପୁର ସମିିତି ସମ୍ପାଦକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିର ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ମାର୍ଚ୍ଚ ୨୯ରେ ପରିଚାଳନା କମିଟି ବୈଠକର ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମିତି ସଭାପତିଙ୍କ ଆଦେଶନାମା ପତ୍ର ସଂଖ୍ୟା ୧୪/ତା-୭-୪-୨୫ ରିଖ ଅନୁଯାୟୀ ସମ୍ପୃକ୍ତ ସମ୍ପାଦକଙ୍କୁ ଚିଠି ମାଧ୍ୟମରେ ଏବିଷୟରେ ଅବଗତ କରାଯାଇଛି । ଏହାର ନକଲ ଜିଲାପାଳ, ଭଦ୍ରକ ସମବାୟ ସମିତିର ସହକାରୀ ରେଜିଷ୍ଟ୍ରର, ଡେପୁଟି ରେଜିଷ୍ଟ୍ରର, ବିବିସିସି ବ୍ୟାଙ୍କ ବନ୍ତ ଶାଖା ପରିଚାଳକଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି । ନିଲମ୍ବନ ଅବଧି ସମୟରେ ଶ୍ରୀ ପଣ୍ଡାଙ୍କର ମୁଖ୍ୟାଳୟ ଚାଇଁପୁର ସେବା ସମବାୟ ସମିତି ସ୍ଥିର ହୋଇଛି । ଶ୍ରୀ ପଣ୍ଡା ସମିତି ସଭାପତିଙ୍କ ଅନୁମତି ନନେଇ ମୁଖ୍ୟାଳୟ ଛାଡି ପାରିବେ ନାହିଁ । ନିଲମ୍ବନ ସମୟରେ ଶ୍ରୀ ପଣ୍ଡା କୌଣସି ରେକର୍ଡ, କାଗଜପତ୍ର ଏବଂ ସମିତିର କୌଣସି ସମ୍ପତ୍ତିକୁ ପରିଚାଳନା କରି ପାରିବେ ନାହିଁ । ସେହିପରି ସମିତିର ଜମାକାରୀ, ଋଣଦାତା, ଋଣ ଗ୍ରହୀତାଙ୍କ ସହିତ ବ୍ୟବସାୟିକ କାରବାର କରି ପାରିବେ ନାହିଁ । କୌଣସି ଆର୍ଥିକ ଦେଣନେଣରେ ଋଣଦାତା ଓ ଋଣ ଗ୍ରହୀତାଙ୍କ ସହିତ ଜଡିତ ରହିବେ ନାହିଁ । ପ୍ରତ୍ୟେକ କାର୍ଯ୍ୟ ଦିବସରେ ନିୟମିତ ଭାବରେ କାର୍ଯ୍ୟାଳୟରେ ଉପସ୍ଥାନ ପକାଇବେ । ଏଥିସହ ସମିତିର ସମସ୍ତ କାଗଜପତ୍ର, ସମସ୍ତ ସାମର୍ଥ୍ୟ ଉପକରଣ ଏବଂ ଅନ୍ୟାନ୍ୟ ଉପଯୁକ୍ତ ଚାର୍ଜକୁ ସମିତିର ୩ୟ ଶ୍ରେଣୀ କର୍ମଚାରୀ ଅଭୟ କୁମାର ପତିଙ୍କୁ ତୁରନ୍ତ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଆଦେଶନାମାରେ ଉଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ