ନବନିର୍ମାଣ କୃଷକ ସଂଗଠନର ଓଡିଆ ନବବର୍ଷ ପାଳିତ
ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ଆଶ୍ରା ଜରାଶ୍ରମ ପରିସରରେ ନବ ନିର୍ମାଣ କୃଷକ ସଂଗଠନର ନାଉଗାଁ ଶାଖା ପକ୍ଷରୁ ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ସଂଗଠନର ବ୍ଲକ ସଂଯୋଜକ କୈଳାଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ୱାଇଁ, ଜିଲ୍ଲା ସଂଯୋଜକ ଅଶୋକ କୁମାର ସ୍ୱାଇଁ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଅଲଣା ପଂଚାୟତର ପୂର୍ବତନ ସରପଂଚ ନବକିଶୋର ମହାନ୍ତି, ଜାମୁଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ନାଉଗାଁ ବ୍ଲକ ସାଂସଦ ପ୍ରତିନିଧି ଲଲାଟେନ୍ଦୁ ପରିଡା ଯୋଗ ଦେଇ ଓଡିଆ ସଂସ୍କୃତି, ସ୍ୱାଭିମାନ, ମୌଳିକତା ବଜାୟ ରଖି ଏକ ମାନବ ଧାରାରେ ଓଡିଶାକୁ ନୂଆ କରି ଗଢି ତୋଳିବାର ସଂକଳ୍ପ ନେବା ବୋଲି ମତବ୍ୟକ୍ତ କରିଥିଲେ।