କାଳବୈଶାଖୀ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି
ହାଟଡିହି (ବିକାଶ ବିଶ୍ବାଳ): ହାଟଡ଼ିହି ଅଞ୍ଚଳରେ କାଳବୈଶାଖୀ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ସନ୍ଧ୍ୟା ୫ଟା ଠାରୁ ୬ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ଅବିଶ୍ରାନ୍ତ ବର୍ଷା ପବନ ହୋଇଥିଲା। ଏଥି ଯୋଗୁଁ ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ଉପୁଡ଼ି ଯାଇଥିବା ବେଳେ ଅନେକ ଚାଳ ଘରର ଛପର ଉଡ଼ିଯାଇ ଥିବା ଜଣା ଯାଇଛି। ଛେନାପଦି ଛକରେ ଥିବା ଏକ ବଡ ତେନ୍ତୁଲି ଗଛ ଉପୁଡି ପଡିଥିବାବେଳେ ଗଛଟି ବିଦ୍ୟୁତ ତାର ଉପରେ ପଡ଼ିବା ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ସେହିପରି ମିଠିଗାଁ, ନାହା, ବାଙ୍ଗୋର, ଅସିଆ, ପନ୍ଦାଡୋ, କେ ବାଲିପାଳ, ଢେଙ୍କା, ହାଟଡିହି, ସୁଲଣ ଆଦି ଗ୍ରାମରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବା ସୂଚନା ମିଳିଛି। ଏତେ ଯୋର ପବନ ହେଲା ଯେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହାନ ଚଳାଚଳ ମଧ୍ଯ ବାଧାପ୍ରାପ୍ତ ହୋଇଥଲା।


