ବାଲ୍ୟ ବିବାହ ପ୍ରସ୍ତୁତି ଭଣ୍ଡୁର କଲା ପ୍ରଶାସନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଧିନ ଏକ ଗ୍ରାମରେ ଜଣେ ନାବାଳିକା ଙ୍କୁ ପରିବାର ଲୋକେ ଗୁରୁବାର ବିବାହ କରିଦେବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ବୁଧବାର ପ୍ରଶାସନିକ ଅଧିକାରୀ ବୃନ୍ଦ ଗ୍ରାମରେ ପହଞ୍ଚି ଏହି ବାଲ୍ୟ ବିବାହ ଉଦ୍ୟମ କୁ ଭଣ୍ଡୁର କରିଥିବା ଜଣାପଡିଛି।  ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଙ୍କୁ ପରିବାର ଲୋକେ ବିବାହ କରୁଥିବା ଖବର ପ୍ରଘଟ ହେବା ପରେ ବ୍ରହ୍ମପୁରସ୍ଥିତ ଶିଶୁ ସୁରକ୍ଷା ଅଧିକାରୀ ଶାନ୍ତିଲତା ପଟ୍ଟନାୟକ,  ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳି ଶତପଥି,ଅଙ୍ଗନୱାଡ଼ି ପରିଦର୍ଶିକା ଶାନ୍ତିଲତା ଶତପଥି ଏବଂ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ବୁଧବାର ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ଖୋଳତାଡ଼ କରିବା ସହ ନାବାଳିକା ଙ୍କ ପରିବାର ଏବଂ ବରପକ୍ଷ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ବିବାହ କାର୍ଯ୍ୟ ବାତିଲ କରିବା ପାଇଁ ସେମାନେ ଲିଖିତ ଭାବେ ଜଣାଇଥିବା ସିଡିପିଓ କହିଛନ୍ତି।ନାବାଳିକା ଙ୍କ ମାଟ୍ରିକ ସାର୍ଟିଫିକେଟ ଅନୁଯାୟୀ ୨୦୦୯ ନଭେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଛନ୍ତି।ତାଙ୍କୁ ୧୫ ବର୍ଷ ୫ ମାସ ବୟସ ହୋଇଛି।ପରିବାର ଲୋକେ ତାଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲେ।ବିବାହ ଭୋଜି ପାଇଁ ବନ୍ଧୁ ବର୍ଗ ଙ୍କୁ ନିମନ୍ତ୍ରଣ କରି ସାରିଥିଲେ। ବୁଧବାର ସକାଳେ  ଏନେଇ ଖବର ପ୍ରଘଟ ହୋଇଥିଲା। ପ୍ରଶାସନିକ ଅଧିକାରୀ ବୃନ୍ଦ ଗ୍ରାମରେ ପହଞ୍ଚି ବୈଠକ କରିବା ସହ ପରିବାର ଲୋକେ ନାବାଳିକା ଙ୍କ ବିବାହ ବାତିଲ କରି ତାଙ୍କୁ ଉଚ୍ଚତର ଅଧ୍ୟୟନ ପାଇଁ ପରାମର୍ଶ ଦେବା ସହ ୧୮ ବର୍ଷ ପରେ ତାଙ୍କ ବିବାହ କରିବାକୁ କହିଛନ୍ତି।ଏହାକୁ ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନାବାଳିକା ଙ୍କ ପରିବାର ଲୋକେ ଲିଖିତ ଭାବେ ଏକ ସ୍ଵିକାରୋକ୍ତି ପତ୍ର ପ୍ରଶାସନିକ ଅଧିକାରୀ ଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ