ପାରଳାରେ ବେଆଇନ ଇଟାଭାଟି ଉପରେ ଚଢ଼ଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଦୀର୍ଘ ଦିନ ଧରି ବେଆଇନ ଇଟାଭାଟି ବୃଦ୍ଧି ଓ ଏଥିରୁ ନିର୍ଗତ ଧୂଆଁ ଯୋଗୁଁ ପରିବେଶ ବିଷାକ୍ତ ହେବା ଯୋଗୁଁ ନିକଟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ରୋଗାଗ୍ରସ୍ତ ହେଉଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ବେଆଇନ ଇଟାଭାଟି ଉପରେ ଚଡଉ କରି ଜେସିବି ମେସିନ ସାହାଯ୍ୟରେ ଇଟାଭାଟିକୁ ନଷ୍ଟ କରାଯାଇଛି । ପାରଳା ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ନେତୃତ୍ବରେ ରାଜସ୍ବ ଖଣି ଓ ପୁଲିସ ବିଭାଗର ମିଳିତ ଚଢ଼ଉ କରାଯାଇଛି । ଆଗାମୀ ଦିନରେ ଚଢ଼ଉ ଜାରି ରହିବ ଉପ-ଜିଲାପାଳ କହିଛନ୍ତି । ଗଜପତି ଜିଲା ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଗଢି ଉଠିଛି । ଯାହାକୁ ନେଇ ପରିବେଶ ପ୍ରଦ୍ୟୁଷିତ ହେବା ସହ ବେଆଇନ ଜଙ୍ଗଲରୁ କାଠ ଆଣି ଭାଟିରେ ପୋଡିବା, ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହେବା ଆଦି ସହ ନାନାଦି ସମସ୍ୟା ସୃଷ୍ଟି ହେଉଛି । ପରିବେଶବିତ ତଥା ଅଞ୍ଚଳବାସୀ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ. ପ୍ରଶାସନ ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା କେତେକ ଇଟା ଭାଟି ଉପରେ ଚଢଉ କରିଛି । ଚଢଉରେ ପାରଳାଖେମୁଣ୍ଡି ଉପ-ଜିଲାପାଳ ଅନୁପ ପଣ୍ଡା, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଜିଲା ଖଣି ଅଧିକାରୀ ଦିପେନ ପରିଡା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ରାଜସ୍ୱ ବିଭାଗର କର୍ମଚାରୀ କନ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ