ଶାନ୍ତିଲତା ରାୟଙ୍କ ସ୍ମୃତି ଚାରଣ ସଭା
ଆରଡି, (ଆଲୋକ ଚନ୍ଦ୍ର ନାୟକ) :ଭଦ୍ରକ ଜିଲ୍ଲା ବ୍ଲକ ଅଧୀନସ୍ଥ ଓଳଗ ଠାରେ ସ୍ବର୍ଗୀୟା ଶାନ୍ତିଲତା ରାୟଙ୍କର ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ସ୍ମୃତି ଚାରଣ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଶାନ୍ତିଲତା ଜନ କଲ୍ୟାଣ ଟ୍ରଷ୍ଟ ସଭାପତି କିଶୋର ନାୟକ ଏହି ସ୍ମୃତି ଚାରଣ ସଭାରେ ସଭାପତିତ୍ବ କରିଥିଲେ। ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାରୁଣ୍ଯ ପତ୍ରିକାର ସମ୍ପାଦକ ଶ୍ରୀଧର ସାହୁ ମୁଖ୍ୟ ବକ୍ତା ଭାବେ ସଭା ମଣ୍ଡନ କରିଥିଲେ । ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ, ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ପାଲା ଗାୟକ ଅଭୟ ପଣ୍ଡା, ବ୍ରହ୍ମାନନ୍ଦ ବିଶ୍ବାଳ, ଟ୍ରଷ୍ଟ ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ନାୟକ, ମହେନ୍ଦ୍ର କୁମାର ପଣ୍ଡା, କହ୍ନେଇ ଚରଣ ବିଳାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶାନ୍ତିଲତା ରାୟଙ୍କର ସ୍ମୃତି ଚାରଣ କରିଥିଲେ। ସମାଜସେବୀ ସନ୍ଦିପ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ବରିଷ୍ଠ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସ୍ଥାନୀୟ ଅଞ୍ଚଳର ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକ, ସୁନ୍ଦରପୁର ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂଗ୍ରାମ କେଶରୀ ପରିଡା, ନାନ୍ଦପୁର ନୃସିହଂନାଥ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ରଦ୍ଧାରାଣୀ ବିଶ୍ବାଳ, ବାତୋଳ ବିଏସଏସ ଉଚ୍ଚ ବିଦ୍ୟାଳୟ ଛାତ୍ରୀ କରିନା ଦାସ, ଆରଡି ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରେୟାସ ପାଢୀ, ସାହୁସାହି ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶୁଭଲକ୍ଷ୍ମୀ ପରିଡାଙ୍କୁ ଶାନ୍ତିଲତା ମେଧାବୃତ୍ତି ପୁରସ୍କାର ପ୍ରଦାନ କରା ଯାଇଥିଲା । ପରିଶେଷରେ ଶାନ୍ତିଲତାଙ୍କ ଜ୍ୟେଷ୍ଠପୁତ୍ର ସଂଜୀବ କୁମାର ରାୟ ନବ ଗଠିତ ଜନକଲ୍ୟାଣ ଟ୍ରଷ୍ଟ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କର ସୁଖଦୁଃଖର ସାଥି ହୋଇ ରହିବ ବୋଲି ଘୋଷଣା କରିଥିଲେ ।