ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କଲା ପୋଲିସ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବାମେବାରୀ ପୋଲିସ ଯୋଡା ଖଣି ମଣ୍ଡଳର ପଳଶା ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିଛି । ବାମେବାରୀ ଆଇଆଇସି ଯୋସକେତନ ଭୋଇଙ୍କ ସୂଚନା ଅନୁଯାୟୀ,ଉକ୍ତ ଜଙ୍ଗଲରେ ଖଣିଜ ଚୋର ମାନେ ଉତ୍ତୋଳନ କରି ଚୋରା ଚାଲାଣ ନିମନ୍ତେ ଗଚ୍ଛିତ କରି ରଖିଥିଲେ । ତେବେ ବିଶ୍ଵସ୍ତ ସୂତ୍ରରୁ ପୋଲିସ ଜାଣିବାକୁ ପାଇ ଘଟଣାସ୍ଥଳକୁ ଯାଇ ଖଣି ବିଭାଗକୁ ଜଣାଇଥିଲା ।ଗଚ୍ଛିତ ଖଣିଜକୁ ଉକ୍ତ ସ୍ଥାନରୁ ସ୍ଥାନାନ୍ତର କରିବା ପାଇଁ ଖଣି ବିଭାଗକୁ ଜଣାଇବା ପରେ ମଧ୍ୟ ଖଣି ବିଭାଗ ଘଟଣାକୁ ଗୁରୁତ୍ବ ଦେଇନଥିଲା ସେଠାରୁ ସ୍ଥାନାନ୍ତର କରିବା ପାଇଁ ।ଶେଷରେ ବାଧ୍ୟ ହୋଇ ପୋଲିସ ନିଜ ଉଦ୍ୟମରେ ଗାଡ଼ି ଓ ମେସିନ ଲଗାଇ ପ୍ରଥମ ଦିନରେ ପ୍ରାୟ ୧୫ ମେଟ୍ରିକ୍ ଟନ୍ ଓ ଦ୍ଵିତୀୟ ଦିନରେ ୪୫ମେଟ୍ରିକ୍ ଟନ୍ ଖଣିଜକୁ ଖଣି ବିଭାଗକୁ ହସ୍ତାନ୍ତର କରିଥିବା ବାମେବାରୀ ଥାନା ଆଇଆଇସି ଭୋଇ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ କି,ଏହିପରି ଭାବେ ଖଣିଜ ଚୋର ମାନେ ସଂରକ୍ଷିତ ଜଙ୍ଗଲରେ ଶ୍ରମିକ ଓ ମେସିନ ଲଗାଇ ଗୁପ୍ତ ଭାବେ ଖଣିଜ ଉତ୍ତୋଳନ କରୁଛନ୍ତି । ବନ ବିଭାଗର  ଓ ଖଣି ବିଭାଗର ତଦାରଖ ଅଭାବରୁ ଜଙ୍ଗଲ ଅଞ୍ଚଳରେ ଚୋରାରେ ଖଣିଜ ଉତ୍ତୋଳନ ହୋଇ ଚୋରା ଚାଲାଣ ହେଉଛି । ବିଭିନ୍ନ ରେଳ ସାଇଡ଼ିଂ ଗୁଡିକରେ ପଡ଼ିଥିବା ହଜାର ହଜାର ମେଟ୍ରିକ୍ ଟନର ଖଣିଜକୁ ଚୋର ମାନେ ଲୁଟି ସାରିଲେଣି । ପୂର୍ବରୁ କେତେ ଖଣିଜ ଥିଲା,ବର୍ତ୍ତମାନ କେତେ ପରିମାଣର  ଖଣିଜ ଅବଶିଷ୍ଟ ରହିଛି,ତାହା ମଧ୍ୟ ଖଣି ବିଭାଗ ପାଖରେ ହିସାବ ନାହିଁ । ବିଭାଗୀୟ ଅଧିକାରୀଙ୍କ ଚୋରା କାରବାରକୁ ରୋକିବାରେ ଆନ୍ତରିକତା ଅଭାବରୁ ଖଣିଜ ଚୋରା କାରବାର ବୃଦ୍ଧି ପାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯାହାଫଳରେ ସରକାରଙ୍କ ରାଜସ୍ବ ହାନି ହେଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ