ରେଳ ଧାରଣାକୁ ଖସି ପଡି ଶିକ୍ଷୟିତ୍ରୀ ମୃତ

ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁ(୫୦) ରେଳ ଧାରଣାକୁ ଖସି ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଶିକ୍ଷୟିତ୍ରୀ ସଞ୍ଜିତା ସାହୁ ତାଙ୍କ ମାଆଙ୍କ ନିକଟକୁ ଟ୍ରେନରେ ଯାଉଥିଲେ। ବ୍ରଜରାଜ ନଗର ଷ୍ଟେସନରେ ଟ୍ରେନ୍ ଅଟକି ଥିବା ବେଳେ ପିଇବା ପାଣି ଆଣିବାକୁ ପ୍ଲାଟଫାର୍ମକୁ ଯାଇଥିଲେ। ଟ୍ରେନ୍ ଛାଡ଼ିବା ଆରମ୍ଭ କରିବାରୁ ସେ ତୁରନ୍ତ ଟ୍ରେନରେ ଚଢିବା ବେଳେ ରେଳ ତଳେ ଧାରଣାକୁ ଖସି ପଡ଼ିଥିଲେ। ଏହି ଘଟଣା ୦୮/୦୫/୨୫ ତାରିଖ ଦିବା ୧୨:୩୦ ମିନିଟ ସମୟରେ ଘଟିଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ବୁର୍ଲା ଡ଼ାକ୍ତରଖାନା ନେଇ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ନିଜ ଗ୍ରାମ କଲମ୍ବକୁ ଅଣାଯାଇଥିଲା। ସ୍ବର୍ଗତ ସଞ୍ଜିତା ସାହୁଙ୍କ ସ୍ବାମୀ ସୁଧୀର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ଜଣା ପଡ଼ିଛି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।  ସଞ୍ଜିତା ସାହୁଙ୍କ ମୃତ୍ୟୁରେ କଳମ୍ବ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପୋଲସରା ବ୍ଲକ ହାଇ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି। ତାଙ୍କର ଶେଷକୃତ୍ୟ ଗ୍ରାମର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ