ପାଳକମଣ ଠାରୁ ଟିଡିମସ୍କା ରାସ୍ତା ଶୋଚନୀୟ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ସିଙ୍ଗାରି ପଞ୍ଚାୟତ ର ଛତାପଦର ଦେଇ ଟିଡିମସ୍କା ଯାଇଥିବା ଆର ଡି ରାସ୍ତା ଶୋଚନୀୟ ହୋଇଥିବା ଦେଖିବା କୁ ମିଳିଛି।ରାସ୍ତା ମଝିରେ ବଡ ବଡ ଖାଲ ଖମା ହେବା ସହିତ ମେଟାଲ ବାହାରି ଥିବାରୁ ଯାତାୟତ କରିବାକୁ ଅସୁବିଧା ହେଉଥିବା ଦେଖିବା ମିଳିଛି। ମେଟାଲ ବାହାରିବା ସହ ରାସ୍ତା ମଝିରେ ଖାଲ ଖମା ହୋଇଥିବାରୁ ଦୁର୍ଘଟଣା ଘଟିବାର ନଜୀର ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆର ଡି ରାସ୍ତା ରୁ ଛତାପଦର ଠାରୁ ପାଳଖମଣ ଦେଇ ପାଦୁଲୁଗୁଡା ଟିଡିମସ୍କା ସଂଯୋଗ ହୋଇଥିବାରୁ ଅତି ଶୀଘ୍ର ମରାମତି କରିବା ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ। ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଦୁଇ ବର୍ଷ ମଧ୍ୟରେ ମେଟାଲ ବାହାରି ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି। ବାଇକ ଆରହି ମାନେ ଖାଲ ରାସ୍ତା ଦେଇ ଗଲାବେଳେ ଦୁର୍ଘଟଣା ହେଉଥିବା ଗ୍ରାମ ବାସୀ ଶିଵ କୃଷିକା, ଗୌରାଙ୍ଗ ମହାନନ୍ଦୀଆ,କାଟୁ ହୁଈକା ଅଭିଯୋଗ କହିଛନ୍ତି। ଉକ୍ତ ରାସ୍ତା ପାଳକମଣ ଠାରୁ ଟିଡି ମାସ୍କା କୁ ୪.୮୦ କିଲୋମିଟର ରହିଛି। ଉକ୍ତ ରାସ୍ତା ନିମ୍ନମାନର ହୋଇଥିବାରୁ ଅତି ଶୀଘ୍ର ଖରାପ ହୋଇଥିବା ଅଭିଯୋଗ ହେଉଛି। ଉକ୍ତ ରାସ୍ତା କାର୍ଯ୍ୟ ୨୦୨୧-୨୨ ମସିହାରେ ଶେଷ ହୋଇଥିଲା କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ରାସ୍ତା ଖରାପ ହେଲେ ରକ୍ଷଣାବେକ୍ଷଣ କରିବା କଥା କିନ୍ତୁ ଦୁଇ ବର୍ଷ ମଧ୍ୟରେ ଖରାପ ହୋଇଗଲା ।ପ୍ରଶାସନ ର ନଜର ପଡ଼ୁନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଉକ୍ତ ରାସ୍ତା ର ମରାମତି ନ କରିଲେ ଅପହଞ୍ଚ ଟିଡିମାସ୍କା ଗାଁ ର ଗର୍ଭବତୀ ମହିଳା ଯେ କୌଣସି ରୋଗ ବେମାର ହେଲେ ଆମ୍ବୁଲାନ୍ସ କିମ୍ବା ବାଇକ ଯିବାରେ ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି।ଏଣୁ ଉକ୍ତ ରାସ୍ତା କୁ ତୁରନ୍ତ ମରାମତି କରିବା ପାଇଁ ଦାବୀ ହେଉଛି।