ମାରୁତି ୱାକର୍ସ କ୍ଲବର ଯୋଗ ସଚେତନତା ଯାତ୍ରା

ବ୍ରହ୍ମପୁର,(ୱାଇଏନଏସ): ଆଜିର ଆଧୁନିକ ସମାଜରେ ବ୍ୟସ୍ତ ବହୁଳ ଜୀବନ ଚର୍ଯା ଭିତରେ ଶରୀରକୁ ସୁସ୍ଥ ରଖିବା କଷ୍ଟକର ହୋଇ ପଡିଛି, ନିଜ ଦେହର ଯତ୍ନ ରଖିବା କଷ୍ଟକର ହୋଇ ପଢୁଛି, ନିଜ ଦେହର ଯତ୍ନ ନେବା ପାଇଁ ସମୟ ମିଳୁ ନାହିଁ, କର୍ମ ମୟ ଜୀବନ ଭିତରେ ଖାଇବା ପିଇବା ମଧ୍ୟ ଠିକ ଭାବରେ ହୋଇ ପାରୁନାହିଁ, ଫଳରେ ଅଳ୍ପ ବୟସରେ ଲୋକଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି, ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ମେଦବହୁଳତା, ତେଣୁ ମେଦ ହ୍ରାସ ହେବ, ପାଇଁ ସକାଳୁ ଯୋଗ କରିବା ନିହାତି ଜରୁରୀ, ମାରୁତି ୱାକର୍ସ କ୍ଲବ ତରଫରୁ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ,ବ୍ରହ୍ମପୁର ଶାଖା ସହାୟତାରେ ସ୍ଥାନୀୟ ରାମାଲିଙ୍ଗେଶ୍ୱର ପାର୍କ ଠାରେ ଦଶ ଦିନ ବ୍ୟାପି ଆୟୋଜିତ ଶିବିର ଉଦଯାପିତ ହୋଇଯାଇଛି, ଏହି ଅବସରରେ ବିବେକାନନ୍ଦ କେନ୍ଦ୍ରର ଭଞ୍ଜ ବିଭାଗ ସଂଚାଳକ ପ୍ରଫେସର କିଶୋର ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ କେନ୍ଦ୍ରର ଓଡିଶା ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରଫେସର ସଚ୍ଚିଦାନନ୍ଦ ପାତ୍ର ,ଭଞ୍ଜ ବିଭାଗ ପ୍ରମୁଖ ପ୍ରଫେସର ଗୋପାଳ କୃଷ୍ଣ ପାଣିଗ୍ରାହୀ ଯୋଗ ଦେଇଥିଲେ, ଏଥିରେ ଉପସ୍ଥିତ ଅତିଥି ମାନେ ଉଧବୋଧନ ଦେଇ ସମ୍ପ୍ରତି ସମାଜରେ ଏହିଭଳି କାର୍ଯ୍ୟକ୍ରମ ଗୁଡିକର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ, ଉକ୍ତ ଯୋଗ ଶିବିର ରେ ଶୀର୍ଷାସନ ପବନମୁକ୍ତ, ସନ, ହସ୍ତପାଦଶନ,ବକରାସନ, ସବାସନ, ପ୍ରାଣାୟାମ ଓ ଲୂଯେନିଙ୍ଗ ବ୍ୟାୟାମ ଇତ୍ୟାଦି ଭଞ୍ଜ ବିଭାଗ ସାଙ୍ଗଠିକ, ତଥା ବିବେକାନନ୍ଦ କେନ୍ଦ୍ରର ଜୀବନ ବ୍ରତୀ ସାନ୍ୟାସିନୀ ନୀଳାକ୍ଷୀ ଦିଦି ଯୋଗ ଶିକ୍ଷା ପ୍ରଦାନ କରିଥିଲେ, 60ରୁ ଉର୍ଧ୍ଵ ଶିବିରାର୍ଥୀ ଏକ ଶୋଭାଯାତ୍ରାରେ ବ୍ରହ୍ମପୁରର ରାମାଲିଙ୍ଗେଶ୍ୱର ପାର୍କ ଠାରୁ ସିଟି ଉଚ୍ଚ ବିଦ୍ୟାଳୟ ,ହନୁମାନ ବଜାର, ଗିରି ମାର୍କେଟ, ଗିରିଜା ଛକ ଦେଇ ନଗର ଭ୍ରମଣ କରି “ଯୋଗ କରନ୍ତୁ ଓ ସୁସ୍ଥ ରୁହନ୍ତୁ”ବାର୍ତ୍ତା ଦେଇଥିଲେ, କ୍ଲବ ର ଉପଦେଷ୍ଠା ଡ଼ ଶଙ୍କର ମାଝୀ ଯୋଗ ଶିବିର ପରିଚାଳନା କରିଥିବାବେଳେ ଶିବିରାର୍ଥୀ ସଦାନନ୍ଦ ସେନାପତି ଏବଂ ପି. ଗୋବିନ୍ଦ ନାରାୟଣ ପାତ୍ର ଶିବିରର ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଥିଲେ, କ୍ଲବର ଉପଦେଷ୍ଠା ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ଯୋଗ ଗୁରୁ ଓ କ୍ଲବର କର୍ମକର୍ତା ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିବା ବେଳେ ସମ୍ପାଦକ ଏ. କେଶବ ରେଡି ଧନ୍ୟବାଦ ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଟି ଚନ୍ଦନଲାଲ ସୁବୁଦ୍ଧି ବିନାୟକ ନାୟକ, ଟି ବଦ୍ରିନାରାୟଣ ସୁବୁଧି , ସନ୍ତୋଷ ପାଢ଼ୀ ,କ୍ରିଷ୍ଣା ରାଓ ପୃଷ୍ଟି ,କେଦାର ଚନ୍ଦ୍ର ବେହେରା ,କିରଣ କୁମାର ଦୋରା, ଏସ .ଭାସ୍କର ରାଓ, ବି . କୋଟେଶ୍ୱର ରାଓ ଓ ପ୍ରଦୀପ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ