ସ୍କାଉଟ୍ସ ଓ ଗାଇଡ୍‌ସକୁ ୩ୟ ଥର ପାଇଁ ପୁରସ୍କୃତ କଲେ ରାଜ୍ୟପାଳ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍‌ସକୁ 3ୟ ଥର ପାଇଁ ରାଜ୍ୟପାଳ ପୁରସ୍କୃତ କରିଥିବା ସୂଚନା ମିଳିଛି.  ଭୁବନେଶ୍ଵର ରାଜଭବନ ଅଭିଷେକ ହଲରେ ୨୦୨୪ ଶିକ୍ଷା ବର୍ଷର ରାଜ୍ୟପାଳ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟପାଳ ହରିବାବୁ ଖମ୍ଭମପତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ପ୍ରଥମ ଗାଇଡସ୍ ତଥା ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପିତ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟ ଓ ଗଣଶିକ୍ଷ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖ୍ୟ କମିଶନର ଡ. କାଳୀପ୍ରସାଦ ମିଶ୍ର ଓ ପଦ୍ମଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେ। ଏହି ଅବସରରେ ସ୍କାଉଟସ୍ ଓ ଗାଇଡସ୍‌ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡିସ୍‌କୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା। ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ, ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ପାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ରାଜ୍ୟପାଳଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ