ମସଜିଦ ନିର୍ମାଣକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ବେତନଟୀ (ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବେତନଟୀ ପଞ୍ଚାୟତ ଇନ୍ଦିରାନଗର ସାହିରେ ରହି ଥିବା ଶ୍ରୀ ଶ୍ରୀ ରଘୁନାଥ ଜୀଉ ବିଜେଙ୍କ ମନ୍ଦିର ଜମି ଯାହା ବାରିପଦା ଦେବତ୍ତର ବିଭାଗ ଅଧୀନରେ ରହିଛି। ରହିଥିବା ଜମିରେ ଏକ ଗୃହ ନିର୍ମାଣ କରି ମସଜିଦ କରିବା ଉଦେଶ୍ୟରେ କରାଯାଉଥିବା ଜାଣି ବେତନଟୀର ଜୟ ଶ୍ରୀରାମ ସେନାର ସଦସ୍ୟଗଣ ବିରୋଧ କରି ଏହାର ଅଭିଯୋଗ ଉଠାଇଛନ୍ତି। ଏହାକୁ ଭିତ୍ତି କରି ଗୁରୁବାର ଦିନ ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କୁ ଏହି ସେନା ଲିଖିତ ଅଭିଯୋଗ କରିବା ପରେ ସଙ୍ଗେ ସଙ୍ଗେ ବେତନଟୀ ତହସିଲଦାର ଓ ବେତନଟୀ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା ଖବର ମିଳିଛି। ଅଭିଯୋଗ ଅନୁସାରେ ଶୁଖିଲାହାର ସାମିଲ ମହୁଲିଆ ମୌଜା ବେତନଟୀ ଥାନା ଅଧୀନ ଇନ୍ଦିରାନଗର ଅଞ୍ଚଳର ଖାତା ନମ୍ବର ୧୫ ପ୍ଲଟ ନମ୍ବର ୧୩୭୪ କିସମ ଘରବାରି ଯାହା ବାରିପଦା ଦେବତ୍ତର ବିଭାଗ ଅଧୀନରେ ରହିଥିବା ବେଳେ ଏହି ସ୍ଥାନରେ ଏକ ଗୃହ ନିର୍ମାଣ କରାଇ ମସଜିଦ କରାଯାଉଥିବାର ଖବର ପାଇ ବେତନଟୀ ଜୟ ଶ୍ରୀରାମ ସେନାର ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ଏହି ସ୍ଥାନରେ ଦୀର୍ଘ ବର୍ଷ ଧରି ଦଖଲ କରାଯାଉଥିବା ବେଳେ ଏକ ଆଜବେଷ୍ଟ ଘର ରହିଥିଲା। ସେହି ଘରକୁ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର ଲୋକ ମସଜିଦ ଭାବରେ ବ୍ୟବହାର କରି ଆସୁଥିଲେ। ସେହି ପୁରୁଣା ଘରକୁ ଭାଙ୍ଗି ନୂତନ ଭାବେ ଏକ ପକ୍କା ଘର ନିର୍ମାଣ କରି ଛାତ ପକା ଯାଇଅଛି। ଯାହା ପରବର୍ତ୍ତୀ ସମୟରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମସଜିଦ ସ୍ଥାପନ କରିବାରେ ସଫଳ ହେବେ ବୋଲି ସନ୍ଦେହ କରାଯାଇଛି । ଏହି କାର୍ଯ୍ୟରେ ସଫଳ ହେଲେ ହିନ୍ଦୁ ଧର୍ମ ଉପରେ କୁଠାର ଘାତ ହେବବାସହ ଭବିଷ୍ୟତରେ ହିନ୍ଦୁ ମୁସଲମାନ ଭିତରେ ଉତ୍ତେଜନାକୁ ଏଡାଇ ହେବନାହିଁ କହି ଉପଜିଲ୍ଲାପାଳଙ୍କୁ ଅଭିଯୋଗରେ ଦର୍ଶାଇ ଛନ୍ତି। ଏହି ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଗୁରୁବାର ଦିନ ସଙ୍ଗେ ସଙ୍ଗେ ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା, ବେତନଟୀ ଆଇ ଆଇ ସି ସସ୍ମିତା ମହାନ୍ତ, ତହସିଲ ସୁପରଭାଇଜର ଜଗନ୍ନାଥ ସିଂ, ତହସିଲ ଏ ଆର ଆଇ ପୁରନ୍ଦ୍ର ମହାନ୍ତ ଘଟଣାସ୍ଥଳ ତଦନ୍ତ କରି ନିର୍ମାଣ ହଉଥିବା ଘର ନିକଟରେ ନାଲି ପତାକା ଲଗେଇ କାମ ସ୍ଥଗିତ ରଖିଛନ୍ତି। ଏସମ୍ପର୍କରେ ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା କହନ୍ତି ଏହି ସ୍ଥାନରେ ଏକ ପୁରୁଣା ଘର ଉପରେ ଛାତ ପଡିଛି, ସ୍ଥାନୀୟ ଲୋକ କହିବା ଅନୁଯାୟୀ ଏହି ଘରକୁ ମସଜିଦ ଭାବେ ବ୍ୟବହାର କରାଯାଉଥିଲା। ବାଉଣ୍ଡାରୀ ନଭାଙ୍ଗି ଗୃହ ନିର୍ମାଣ କାମ କରୁଛନ୍ତି। ନାଲି ପତାକା ଲଗାଯାଇଛି ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଖଣ୍ଡିଏ ବି ଇଟା ନାଲଗାଇ ବାକୁ କୁହାଯାଇଛି।  ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଦେବା ସମୟରେ ଜୟ ଶ୍ରୀରାମ ସେନା ର ସଭାପତି ସନ୍ଦୀପ କୁମାର ମିଶ୍ର, ସମ୍ପାଦକ ସୌମ୍ୟ ଶଙ୍କର ଆଚାର୍ଯ୍ୟ, ପୁନିତ କ୍ରିଷ୍ନା ସାହୁ, ତୁଷାରେନ୍ଦୁ ସିଂହ, ସଂଜୀବ କୁମାର ପଣ୍ଡା, ମନୋଜ କୁମାର ନାୟକ, ଅଞ୍ଜନ କୁମାର ଦାସ, ଶମ୍ଭୁନାଥ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ବିକାଶ ମହାନ୍ତ, ଅନିନ୍ଦ୍ୟ ସୁନ୍ଦର ପ୍ରତିହାରୀ, ସୁମନ ସେଠୀ, ମାନସ ରଞ୍ଜନ ମଢୁଆଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ