ତିନି ପୁତ୍ର ସନ୍ତାନକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡି ବାପା ଫେରାର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନି ଡଙ୍ଗରିଆ ସନ୍ତାନକୁ ଛାଡି ବାପା ଫେରା ହୋଇଥିବା ଜଣାପଡିଛି ।ଆଜି ପାର୍ଶାଲି ପଞ୍ଚାୟତର ପାରାମାଲି ଗ୍ରାମର ଡଙ୍ଗରିଆ ଶିତା କାଡ୍ରାକାଙ୍କ ବଡ ପୁଅ ଭିନ୍ନକ୍ଷମ ବିଜୁ (୬)ର ସ୍ୱାସ୍ଥ୍ୟ ଆବାସ୍ଥା ଖରାପ ରହିଥିବାରୁ ତିନୋଟି ପୁଅ ୫ଓ ୪ ବର୍ଷର ପିଲାଙ୍କୁ ସାଙ୍ଗରେ ଧରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲା । ଏହି ଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ଶିଶୁ କୁ ୱାର୍ଡ ରେ ଜଇନି କରି ଚିକିତ୍ସା ଚଳାଇଥିଲେ । ଅପରାହ୍ନରେ ବାପା ଲାଚା କେଉଁଆଡ଼େ ଚାଲି ଯାଇଥିରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନାକୁ ସୂଚନା ଦେଇଥିଲେ ।ଏହାକୁ ନେଇ ଥାନା ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଲାଚା ର କୌଣସି ସନ୍ଧାନ ମିଳିନଥିଲା ।ଅନୀପଟେ ତିନି ଶିଶୁ କ୍ରନ୍ଦନ କରୁଥିବା ବେଳେ ପିଲାଙ୍କ ଦୁଃଖ ସହି ନପାରି ନିକଟରେ ଥିବା ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ପିଲାଙ୍କୁ କ୍ଷୀର ,ବିସ୍କୁଟ ,ପାଉଁରୁଟି ଦେଇଥିଲେ ।ଏହି ଖବର ପାର୍ଶାଲି ସମିତି ସଭ୍ୟ ବିକାଶ ବାଗ, ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ପୁଲିସ ନିଜ ଗାଡ଼ିରେ ତିନୋଟି ସନ୍ତାନକୁ ନେଇ ପାରାମାଲି ରେ ଛାଡି ଆସିଥିବା ଜଣାପଡିଛି ।