ଦିଗପହଣ୍ଡି ଏନଏସି ରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଯୋଗଦାନ କରିଛନ୍ତି । ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଟିକାବାଲି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ପୂର୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ ଙ୍କୁ ଇତି ମଧ୍ୟରେ ନବରଙ୍ଗପୁର ପୌରପାଳିକାକୁ ବଦଳି ହୋଇଯାଇଛି । ନବାଗତ ଅଧିକାରୀ ଶ୍ରୀ ମିଶ୍ର ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟରେ ପହଞ୍ଚି ପୂର୍ବତନ ଅଧିକାରୀ ଶ୍ରୀ କର୍ଣ୍ଣଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହାପରେ ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଙ୍କ ପକ୍ଷରୁ ନୂତନ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ନଗରପାଳ ପ୍ରଫୁଲ ପଣ୍ଡା , ଉପାଧ୍ୟକ୍ଷା କେ. ପୂଜା , ମୁଖ୍ୟ କିରାଣୀ ରାଜକିଶୋର ରଥ ଙ୍କ ସମେତ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଇଂ. ମମତା କୁମାରୀ ପଣ୍ଡା , କନିଷ୍ଠ ଯନ୍ତ୍ରୀ ଇଂ. ରଶ୍ମୀରାଣୀ ନାହାକ , ଗୋଷ୍ଠୀ ସଂଗଠିକା ସନ୍ଧ୍ଯାରାଣୀ ପଟ୍ଟନାୟକ , ସ୍ୱାଗତିକା ପାତ୍ର , କାଳୁଚରଣ ପ୍ରଧାନ , ମୃତ୍ୟୁଞ୍ଜୟ ଦାସ , ସନ୍ତୋଷ କୁମାର ପାଢୀ , ହରିକୃଷ୍ଣ ସାହୁ , ବାଳକୃଷ୍ଣ ପାଣିଗ୍ରାହୀ , ସତ୍ୟନାରାୟଣ ଦାସ , ଧୀରଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଦିଗପହଣ୍ଡିର ସାମଗ୍ରିକ ବିକାଶ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ଯ କରିବେ ବୋଲି ନୂତନ ନିର୍ବାହୀ ଅଧିକାରୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।