କଲଭର୍ଟ ନିର୍ମାଣକୁ ନେଇ ଆନ୍ଦୋଳନ ଘଟଣା ; ଅନୁଧ୍ୟାନ କଲେ ବୈଷୟିକ ଟିମ୍

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ପୁଞ୍ଜିକୟାଁ ଛକ ନିକଟରେ ନୂତନ କଲଭର୍ଟ ନିର୍ମାଣ ଓ ରାସ୍ତା ମରାମତି ଦାବିରେ ସୋମବାର  ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଚେତିଛି ଜାତୀୟ ରାଜପଥ ପ୍ରାଧିକରଣ  କର୍ତ୍ତୃପକ୍ଷ । ବୁଧବାର ଅପରାହ୍ନରେ ଏକ ବୈଷୟିକ ଟିମ୍ କ୍ଷେତ୍ର ପରିଦର୍ଶନ କରିବା ସହ ରିପୋର୍ଟ ସଂଗ୍ରହ କରି ଫେରିଥିବା ଜଣାପଡିଛି । ଖବରପ୍ରକାରେ , ଦିଗପହଣ୍ଡି ସହର ବ୍ୟବସାୟର ପେଣ୍ଠସ୍ଥଳୀ ହୋଇଥିବା ବେଳେ ପୁଞ୍ଜିକୟାଁ ଛକଠାରୁ ତହସିଲ ଅଫିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଖାଲଖମା ହୋଇ ରହିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ଦ୍ବାରା ଛୋଟମୋଟ ଦୁର୍ଘଟଣା ଘଟି ଆସୁଅଛି । ଅପରପକ୍ଷରେ ସେଠାରେ ଏକ କଲଭର୍ଟ ନଥିବା ଯୋଗୁଁ ମଧ୍ୟମ ଧରଣର ବର୍ଷା ହେଲେ ବର୍ଷାଜଳ ଓ ନାଳନର୍ଦ୍ଦମା ପାଣି ଏକାଠି ହୋଇ ରାସ୍ତାରେ ୨ ରୁ ୩ ଫୁଟ ପାଣି ଚାଲିବା ସହ ଉଭୟ ପାର୍ଶ୍ଵରେ ରହୁଥିବା ଲୋକଙ୍କ ଘରେ ପାଣି ଯାଉଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଦୀର୍ଘ ବର୍ଷ ଧରି ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ଏହାକୁ କର୍ଣ୍ଣପାତ କରିନଥିବାରୁ ଶେଷରେ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରି ୩ ଘଣ୍ଟା ଧରି ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଘଟଣାପରେ ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଏନେଇ ୭ ଦିନରେ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସେଠାରୁ ଆନ୍ଦୋଳନ ହଟିଥିଲା । ଏହି ଅନୁଧ୍ୟାନ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ର , ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ଦିଗପହଣ୍ଡି ନଗରପାଳ ପ୍ରଫୁଲ୍ଲ କୁମାର ପଣ୍ଡା , କାଉନସିଲର ଦୀପକ କୁମାର ମିଶ୍ର ସମେତ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ