ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ
ତୁଳସୀ ଚରଣ ଦାଶ
ପଶ୍ଚିମ ଓଡିଶା ରେ ମଞ୍ଚ ନାଟକ ର ସୃଷ୍ଟି କର୍ତ୍ତା, ପ୍ରଥମ ନାଟ୍ୟକାର, ଭାଷା, ଲୋକକଳା ସଂସ୍କୃତି, ସମ୍ବଲପୁରୀ ଲୋକ ନୃତ୍ୟ, ଶବ୍ଦ ନୃତ୍ୟ ର ପ୍ରଚାରକ, ଲୋକମହୋତ୍ସବର ଜନକ କୋଶଳ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁ ୧୯୩୧ ମସିହା ଜେଷ୍ଠ ମାସ ଦେବସ୍ନାନ ପୂର୍ଣ୍ଣିମା ତିଥି ରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ର ଏକ ଧନୀ ଗୌନ୍ତିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ,
ତାଙ୍କର ଜୀବନ କାଳଥିଲା ଏକ ଅବିଶ୍ବସନିୟ ଅଧ୍ୟୟ ଏବଂ ସାରା ଜୀବନ ତ୍ୟାଗ ଅବଦାନ ଓ ବଳୀ ଦାନ ସମଗ୍ର ସୃଷ୍ଟି ରେ ଏକ ଅବିଶ୍ବସନିୟ ବିରଳ ଉଦାହରଣ,
ଗୁରୁ ଭଗବାନ ସାହୁ ନାଟ୍ଯ କଳା ଓ ସଂସ୍କୃତି ,ଇତିହାସ ରେ ଏକମାତ୍ର ବ୍ୟକ୍ତି, ଯିଏକି ୧୯୫୦ ମସିହା ଶ୍ରୀ ରାମ ନବମୀ ତିଥି ରେ କୁମ୍ଭାରୀ ଗ୍ରାମ ରେ ଏକ ନାଟକ ଅନୁଷ୍ଠାନ “ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ” ପ୍ରତିଷ୍ଠା କରି ନିଜେ ନାଟକ ଗିତ ରଚନା କରି, ନିର୍ଦ୍ଦେଶନା,ସଂଗୀତ, ନୃତ୍ୟ ନିର୍ଦ୍ଦେଶନା ଦେଇ ସରକାରୀ ଚାକିରି ଛାଡି ନିଜର ସମସ୍ତ ସମ୍ପତ୍ତି କୁ ଜଳାଞ୍ଜଳି ଦେଇ ବହୁ ଉତ୍ଥାନ ଓ ପତନ ଦେଇ ବିନା ସରକାରୀ ଅନୁଦାନରେ ୨୦୦୦ ମସିହା ଶ୍ରୀ ରାମ ନବମୀ ତିଥି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ୫୦ ବର୍ଷ ପରିଚାଳନା କରି ୯୦୦୦ ରୁ ଉର୍ଦ୍ଧ ରାତ୍ରି ନାଟକ, ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ଶବ୍ଦ ନୃତ୍ୟ ପରିବେଷଣ କରିଛନ୍ତି, ଯାହାକି ଉଦ୍ୟମର ଅଭାବ ରେ ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡ କିମ୍ବା ଲିମକା ବୁକ ଅଫ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇପାରିନାହିଁ,
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯାନବାହନ ପ୍ରଚଳନ ନ ଥିବା ସମୟରେ ନିଜ ଶିଷ୍ୟ ମାନଙ୍କୁ ସାଙ୍ଗରେ ଧରି ହାରମୋନିୟମ ଓ ଅନ୍ୟାନ୍ୟ ନାଟ୍ଯ ସାମଗ୍ରୀ ଭାରରେ ବୋହି ଖାଲି ପାଦରେ ଚାଲି ଚାଲି ପଶ୍ଚିମ ଓଡିଶା ଏବଂ ବର୍ତ୍ତମାନ ଛତିଶଗଡର ଅନେକ ଜିଲ୍ଲା ରେ ୨୦୦୦ରୁ ଅଧିକ ରାତ୍ରି ନାଟକ,ଦଳଗତ ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ଦଳଗତ ଶବ୍ଦ ନୃତ୍ୟ ପରିବେଷଣ କରିଛନ୍ତି,
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଗୁରୁ ଭଗବାନ ସାହୁ ଆଜିକାଲି ପରିବେଷଣ ହେଉଥିବା ମନୋରଞ୍ଜନ ଧର୍ମୀ ନାଟକ, ଅପେରା,ରେକର୍ଡ ଡ୍ୟାନ୍ସ,ବା ଆଧୁନିକ ଗୀତ କେବେ ପରିବେଷଣ କରି ନାହାନ୍ତି, ଗୁରୁ ଭଗବାନ ସାହୁ କଳାକୁ ବ୍ୟବସାୟ ଭାବେ ନ ଭାବି ଭକ୍ତି ର ଉପାସନା ଭାବେ ଗ୍ରହଣ କରିଥିଲେ, ଏଣୁ ମାଛ ମାଂସ ଖାଇ,ଯୋତା ଚପଲ ପିନ୍ଧି କୌଣସି କଳାକାରଙ୍କୁ ପଚାସ ବର୍ଷ ପର୍ଯ୍ୟନ୍ତ ମଞ୍ଚକୁ ଅନୁମତି ଦେଇ ନ ଥିଲେ, ଯେଉଁ ବିଷୟ ଉପରେ ଐତିହ୍ୟ ନାହିଁ ବା ସତ୍ୟତା ନାହିଁ ସେ ବିଷୟ ପ୍ରତି ଭଗବାନ ବାବୁ ଙ୍କ ନଜର ନ ଥିଲା, ଏଣୁ ପାଶ୍ଚାତ୍ୟ ଯୁଗର ସଭ୍ୟତା କୁ ଅନୁସରଣ କରି ଯେଉଁ ନାଟକ ଗୁଡିକ ପ୍ରସ୍ତୁତ ହେଉଛି, ସେଥିପ୍ରତି ଘୃଣା କରି ଶେଷ ଜୀବନ ପର୍ଯ୍ୟନ୍ତ କୌଣସି ଆଧୁନିକ ନାଟକ ପରିବେଷଣ କରି ନାହାନ୍ତି, ତାଙ୍କ ପ୍ରତିଟି ନାଟକ ପୌରାଣିକ, ଐତିହାସିକ ଏବଂ କିମ୍ବଦନ୍ତୀ ମୂଳକ ଯଥା, ହରିଶ୍ଚନ୍ଦ୍ର, ସୀତା ଚୋରି, ଶାନ୍ତି ଦୂତ, ରାମରାଜ୍ୟ, ଯୋଗଜନ୍ମା ରାବଣ, ପ୍ରଣୟବଲ୍ଲରୀ,ମାନଭଞ୍ଜନ, ତରଣୀସେନ ବନ୍ଧ ,ପ୍ରାର୍ଥ ପ୍ରଣୟିନୀ,(ସୁଭଦ୍ରା ହରଣ), ମଥୁରା ଯାତ୍ରା, ଗାଁ ମଜଲିସ, ଇନ୍ଦିରା ପ୍ରୀୟ ଦର୍ଶିନୀ,ତ୍ରୀରଙ୍ଗା ପତାକା ର ରଙ୍ଗ ନାହିଁ, କୋଶଲ ସମ୍ବଲପୁରୀ ନାଟକ, ସତ କହେଲେଁ ଛାତି ଫାଟେ, ବୀର ସୁରେନ୍ଦ୍ର ସାଏ ଚୁହାନ, କଳିଙ୍ଗ ବୀର ବିଜୁ ପଟ୍ଟନାୟକ, ୧୯୪୫ ରୁ ୧୯୪୮ ମସିହା ମଧ୍ୟରେ କୁମ୍ଭାରୀ ଏବଂ ଆଖପାଖ ଗ୍ରାମ ମାନଙ୍କରେ ପରିବେଷଣ ହୋଇଥିବା ଶବ୍ଦ ନୃତ୍ୟ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ରେ ଖୁବ୍ ସାଧନା କରି ତାକୁ ଏକ ପରିମାର୍ଜିତ ରୂପ ଦେଇ ମଞ୍ଚ ଉପଯୋଗୀ କରିବା ସହ ଶିଷ୍ୟ ମାନଙ୍କୁ ଶିଖାଇ ଓଡିଶା ଓ ଛତିଶଗଡର ବିଭିନ୍ନ ଜିଲ୍ଲା ରେ ପରିବେଷଣ କରିଥିଲେ,
ଗୁରୁ ଭଗବାନ ସାହୁଙ୍କ କୋଶଲ ସମ୍ବଲପୁରୀ ଭାଷା ରେ ନାଟକ “ଚୌହାନ ବୀର ସୁରେନ୍ଦ୍ର ସାଏ” ପଶ୍ଚିମ ଓଡିଶା ର ଭାଷା ଆନ୍ଦୋଳନ ଥିଲା, ଗୁରୁଭଗବାନ ସାହୁ ସୁରେନ୍ଦ୍ର ସାଏ ଙ୍କ ନାଟକ ରଚନା କରି ୫୦୦୦ ରୁ ଉର୍ଦ୍ଧ ରାତ୍ରି ପରିବେଷଣ କରି ନାଟକ ମାଧ୍ୟମରେ ସୁରେନ୍ଦ୍ର ସାଏ ଙ୍କୁ ଲୋକଲୋଚନକୁ ଆଣିବା ସହିତ ଘେଁସ ଜମିଦାର ହଟେ ସିଂ ଏବଂ ତାଙ୍କ ବଂଶଧର, କୁଲାବିରା ଜମିଦାର, ଭେଡେନ ଜମିଦାର,ଲଖନପୁର ଜମିଦାର,ରମ୍ପେଲା ଗୌନ୍ତିଆ ଙ୍କୁ ଇଂରେଜ ମାନେ ହତ୍ୟା କରିଥିବା ଘଟଣା ଲୋକଲୋଚନକୁ ଆଣିଥିଲେ,
ଗୁରୁଭଗବାନ ସାହୁ ଥିଲେ ଏକାଧାରାରେ ଜଣେ କବି, ଗିତିକାର, ଲେଖକ, ନାଟ୍ଯକାର, ସଂଗୀତଜ୍ଞ, ନୃତ୍ୟ ଗୁରୁ, ଚିତ୍ର ଶିଳ୍ପୀ, ସାହିତ୍ୟିକ, ସୁ ବକ୍ତା, ସମାଜ ଶେବୀ, ଗଂଗାଧର ସାହିତ୍ୟ ରେ ପ୍ରବୀଣ, ଯାତିୟତାବାଦୀ, ଅସାଧାରଣ ହାରମୋନିୟମ ବାଦକ ଏବଂ କଣ୍ଠଶିଲ୍ପୀ,ଆଞ୍ଚଳିକ ବାଦୀ,କୋଶଲ ଇତିହାସ ଗବେଷକ,
ଭଗବାନ ବାବୁ ୧୯୫୦ ମସିହା ରୁ କେବେ ନବାର୍ଣ୍ଣ ଭକ୍ଷଣ କରିନଥିଲେ, ସମଗ୍ର ପଶ୍ଚିମ ଓଡିଶା ରେ ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ କରିବା ପାଇଁ ୧୯୫୦ ରୁ ପ୍ରତି ସ୍ଥାନ ରେ ନାଟକ ମଝିରେ ଏବଂ ନାଟକ ସରିବା ପରେ ଲୋକଙ୍କୁ ଅନୁରୋଧ କରିବା ସହିତ ଗ୍ରାମର ମୁଖିଆ ମାନଙ୍କୁ ପରାମର୍ଶ ଦେଉଥିଲେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ କରିବା ପାଇଁ ପ୍ରଚାର କରୁଥିଲେ,
୧୯୭୬ ମସିହା ରେ ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ କୁ ଯୋରଦାର କରିବା ଉଦ୍ଦେଶ୍ୟରେ ଭଗବାନ ବାବୁ ତାଙ୍କର ଖୁବ୍ ଆତ୍ମିୟ ବରିଷ୍ଠ, ବିଶିଷ୍ଟ କଳାକାର ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମୁରାରୀ ପ୍ରସାଦ ମିଶ୍ର,ସମ୍ବଲପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ସ୍ବର୍ଗତ ପ୍ରଫୁଲ୍ଲ ପତି, ପୂର୍ବତନ ବିଧାୟକ ସ୍ବର୍ଗତ ଶ୍ରଦ୍ଧାକର ସୁପକାର,ପୂର୍ବତନ ମନ୍ତ୍ରୀ, ସାଂସଦ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ,ପୂର୍ବତନ ମନ୍ତ୍ରୀ ସାଂସଦ ସନାତନ ବିଷି,ପଟ୍ଟଶିଷ୍ୟ ସ୍ବର୍ଗତ ଫକିର ମୋହନ ପଟ୍ଟନାୟକଙ୍କ ସମେତ କେତେଜଣ ଆତ୍ମିୟ ଙ୍କୁ ପତ୍ର ମାଧ୍ୟମରେ ଜଣେଇ ସମ୍ବଲପୁର ନାରୀ ସେବା ସଦନ ଠାରେ ଆଲୋଚନା କରି ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଗଠନ କରିଥିଲେ,
ପଶ୍ଚିମ ଓଡିଶାର ଲୋକନୃତ୍ଯ ଦଳ ଏବଂ କଳାକାର ମାନଙ୍କୁ ନେଇ ୧୯୭୭ ରୁ ୧୯୮୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ପ୍ରତିବର୍ଷ ଦୁଇ ଦିନ ସମ୍ବଲପୁର ନାରୀ ସେବା ସଦନ ପଡିଆ ଠାରେ ଲୋକକଳା ସାଂସ୍କୃତିକ ମହୋତ୍ସବ ଆୟୋଜନ କରୁଥିଲେ, ୧୯୮୨ ମାର୍ଚ୍ଚ ୧୩ ଓ ୧୪ ତାରିଖ ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ପଡିଆ ରେ ଏବଂ ୧୯୮୩ ମାର୍ଚ୍ଚ ୦୫ ଏବଂ ୦୬ ତାରିଖ ବରପାଲି ହାଇସ୍କୁଲ ପଡିଆ ଠାରେ ଖୁବ ସଫଳତାର ସହ ଆୟୋଜନ କରି ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ କରିବା ପାଇଁ ପ୍ରଚାର, ପ୍ରସାର କରିଥିଲେ,
ସାତ ବର୍ଷ ଧରି ଆୟୋଜନରେ କରଜ ଖୁବ ବଢିଯିବାରୁ ତାଙ୍କ ଚାଷ ଜମି ଏବଂ ସ୍ତ୍ରୀ ଙ୍କ ସୁନା ଗହଣା ବିକ୍ରି କରିବାକୁ ପଡିଥିଲା ଗୁରୂ ଭଗବାନ ସାହୁ ଲକ୍ଷ ରଖିଥିଲେ ପଶ୍ଚିମ ଓଡିଶା ରେ ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ ହେବା ପର୍ଯ୍ୟନ୍ତ ଲୋକମହୋତ୍ସବ ଆୟୋଜନ କରିବେ, କିନ୍ତୁ ଅର୍ଥ ବାଧକ ସାଜିଲା, ନାଟକ ଆୟରୁ କୁମ୍ଭାରୀ ବ୍ରଜେଶ୍ବରୀ ଏମ୍ ଇ ସ୍କୁଲ୍ ପରିଚାଳନା ହେଉଥିଲା ,ଅନେକ ଶିକ୍ଷାନୁଷ୍ଠାନ ଏବଂ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସାହାଯ୍ୟ ଯାଉଥିଲା, ଅନେକ ନିରକ୍ଷର ଏବଂ ଭୂମୀହୀନ ପିଲାମାନେ ପ୍ରତିପାଲିତ ହେଉଥିଲେ, ଦେବାଳିଆ ଅବସ୍ଥା ଆସିଯିବାରୁ ଆଉ ଲୋକମହୋତ୍ସବ ଆୟୋଜନ କରିବା ସମ୍ଭବ ହୋଇପାରିନଥିଲା,କିନ୍ତୁ ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ କରିବା ପର୍ଯ୍ୟନ୍ତ ପ୍ରଚାର ଉଦ୍ୟମ ଯାରି ରଖିଥିଲେ, ପଶ୍ଚିମ ଓଡିଶା ରେ ଗୋଟିଏ ଦିନରେ ନବାର୍ଣ୍ଣ ପର୍ବ ପାଳନ ହେବା ପରେ ଭଗବାନ ବାବୁ ଘରେ ରହି ପରିବାର ସହ ନବାର୍ଣ୍ଣ ପର୍ବ ପାଳନ କରିଥିଲେ,
ଭଗବାନ ବାବୁ ଯଦିଓ ସରକାରଙ୍କର କଳା ଓ ସଂସ୍କୃତି ବିଭାଗ ଦ୍ଵାରା ଅବହେଳିତ କିନ୍ତୁ ସୁରେନ୍ଦ୍ର ସାଏ ଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଅବସରରେ ଖିଣ୍ଡା ଠାରେ ରାଜ୍ୟପାଳଙ୍କ ଦ୍ବାରା, ପ୍ରଜାତନ୍ତ୍ର ପ୍ରଚାର ସମିତି,ସମ୍ବଲପୁର ପ୍ରଜାତନ୍ତ୍ର ଭବନ ହୀରାଖଣ୍ଡ ମଞ୍ଚ ରେ ଡ.ହରେକୃଷ୍ଣ ମହତାବ, ସମ୍ବଲପୁର ସମଲେଇ ଟ୍ରଷ୍ଟ ବୋର୍ଡ ତରଫରୁ, ସମ୍ବଲପୁର ଲେଖକ ସଂଘ ତରଫରୁ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦୀନି ଶତପଥୀ ଙ୍କ ଦ୍ଵାରା, ଘେଁସ ଠାରେ ବିଜୁ ପଟ୍ଟନାୟକ ଙ୍କ ଦ୍ଵାରା ସମ୍ବଲପୁର ଇଉନିଭାରସିଟିରେ ତତ୍କାଳୀନ କୁଳପତି ଐତିହାସିକ ଡ.ନବୀନ କୁମାର ସାହୁ ଙ୍କ ଦ୍ଵାରା, ସମ୍ବଲପୁର ଲେଖକ ପରିଷଦ, ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର, ମନୋହର ସାହିତ୍ୟ ସଂସଦ ସମେତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ୪୦୦ ରୁ ଉର୍ଦ୍ଧ ସଂଗଠନ ରୁ ସମ୍ମାନିତ ଏବଂ ପୁରସ୍କୃତ ହୋଇଥିଲେ,
ଗୁରୁ ଭଗବାନ ସାହୁ ଥିଲେ ଏକ ଧନୀ ଗୌନ୍ତିଆ ଘରର ପିଲା, ଅଚଲାଚଳ ସମ୍ପତ୍ତି ପୁଣି ସ୍ତ୍ରୀ ଙ୍କ କେଜି କେଜି ସୁନା ଅଳଙ୍କାର ସେ ସବୁକୁ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତଥା ସମାଜସେବା ପାଇଁ ସମସ୍ତ ସମ୍ପତ୍ତି ଧନରତ୍ନ ସାରିଦେଇ ସର୍ବହରା ହୋଇଯାଇଥିଲେ, ସାରା ଓଡ଼ିଶାରେ ଗୋଟିଏ ଦିନରେ ନବାନ୍ନ ଭକ୍ଷଣ ଉତ୍ସବ ଏବଂ ଲୋକ ମହୋତ୍ସବ ର ସୃଷ୍ଟି କର୍ତ୍ତା ଭାବେ ସମ୍ବଲପୁର ନାରୀସେବା ସଦନ ରେ ପାଞ୍ଚ ବର୍ଷ, ବଲାଙ୍ଗୀର ରେ ଗୋଟିଏ ବର୍ଷ ଏବଂ ବରପାଲି ରେ ଗୋଟିଏ ବର୍ଷ ଏହିପରି ସାତବର୍ଷ ଲୋକ ମହୋତ୍ସବର ସଫଳ ଆୟୋଜନ କରି ସର୍ବହରା ହୋଇ ନିଜକୁ ଦରିଦ୍ର କରିଦେଇଥିଲେ ! ଶେଷ ଜୀବନରେ ଜନ୍ମ ମାଟି କୁମ୍ଭାରୀ ରୁ ବୁର୍ଲା ଚିକିତ୍ସା ନିମନ୍ତେ ଗାଡିଭଡା ମଧ୍ୟ ଧାର କରିବାକୁ ପଡ଼ିଥିଲା,
ଶବ୍ଦ ନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ର ସ୍ବିକୃତି ପାଇବା ସକାସେ ଶେଷ ଜୀବନ ରେ ରଚନା କରି ଯାଇଛନ୍ତି ପ୍ରାମାଣିକ ପୁସ୍ତକ/ “ଭାରତୀୟ ନୃତ୍ୟ କଳାରେ ଶବ୍ଦ ନୃତ୍ୟ” ନାଟକ ନୃତ୍ୟ,ଭାଷା କଳା ଓ ସଂସ୍କୃତି ସମାଜ ସେବା ପାଇଁ ଦୀର୍ଘ ୫୮ ବର୍ଷ ଅନିଦ୍ରା ରହି, ଖାଇବାରେ ଅବହେଳା କରି,କେବଳ ଚାହା ପିଇ ପିଇ ନିଜ ଶରୀରର ସଂପୂର୍ଣ୍ଣ କ୍ଷତି କରି ୨୦,୧୧,୨୦୦୦ ଦିନ କଳା ଜଗତର ମହାନାୟକ ଗାଉଁଲିଆ ନାଟ୍ଯ ପାଗଳ ଚିର ବିଦାୟ ନେଲେ.
ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟୀ
ବରଗଡ଼
୯୮୬୧୩୮୪୮୨୧