ପୂର୍ବତନ ଶିକ୍ଷା ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି (ବିକାଶ ବିଶ୍ବାଳ): ଏନ୍.ପି.ଏସ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ହାଟଡିହି ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜଳକଳଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏନ୍.ପି ଏସ ପ୍ରାଥମିକ ଶିକ୍ଷକ ସଙ୍ଘର ଆବାହକ ରାଜକିଶୋର ସ୍ୱାଇଁଙ୍କ ନେତୃତ୍ୱରେ ସଙ୍ଘର କର୍ମକର୍ତା ମାନେ ଉପସ୍ଥିତ ହୋଇ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ ରହଣି ସମୟରେ ସେ ଯେପରି ଶିକ୍ଷକ ମାନଂକ ସମସ୍ୟାକୁ ସମାଧାନ କରାଇ ଶିକ୍ଷାଦାନ କୁ ଗୁରୁତ୍ଵ ଦେଇଥିଲେ ସେନେଇ ଶିକ୍ଷକ ମାନେ କୃତଜ୍ଞତା ଜଣାଇଥିଲେ। ଏହି ପରିପେକ୍ଷୀରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ମଣ୍ଡଳ ସୁରେନ୍ଦ୍ରନାଥ ରାଉତ,ଅନିରୁଦ୍ଧ ବିଶ୍ୱାଳ,ସୁରେନ୍ଦ୍ର ନାୟକ, ଜ୍ଞାନ ରଞ୍ଜନ ବେହେରା, କ୍ଷେତ୍ରବାସୀ ମିଶ୍ର, ସୁଦର୍ଶନ ମୁଦୁଲି, ଭକ୍ତ ଜେନା , କେଶବ କର, ପ୍ରଦୀପ ଦେହୁରୀ, ଲକ୍ଷ୍ମଣ ମାଝୀ, ସୁଶାନ୍ତ ଜେନା, ସୁମନ୍ତ ନାୟକ, ସତ୍ୟ ଗିରି, ପ୍ରଭାକର ବେହେରା, ଲଳିତ ବିଶ୍ୱାଳ, ଶିବ ସେଠୀ, ପ୍ରଫୁଲ୍ଲ ସାହୁ, ପବିତ୍ର ବାରିକ, ବିଷ୍ଣୁ ସାହୁ, ତୁଷାର ନାୟକ, ଶ୍ରୀକାନ୍ତ ସେଠି, ବିଜୟ ସା, ଅକ୍ଷୟ ଖଟୁଆ, ସୂର୍ଯ୍ୟ ପ୍ରକାଶ ସେଠୀ, ଦେବାଶିଷ ବାରିକ, ପବିତ୍ର ବାରିକ, କେଶବ ଚନ୍ଦ୍ର ପାତ୍ର, ସୁଶ୍ରୀ ସଂଗୀତା ବେହେରା,ବଳରାମ ପଣ୍ଡା ପ୍ରମୁଖ ୫୦ରୁ ଉର୍ଦ୍ଧ ଶିକ୍ଷକ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ହାଟଡିହି ବ୍ଲକର ଭାରପ୍ରପ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ଯ ସମ୍ପାଦନ କରିଥିବା ଓଁକାର ଅନ୍ୱେଷ ଏବେ ସଦର ବ୍ଲକ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।