ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ-୨୦୨୫ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଥପ୍ରାନ୍ତ ନାଟକ ‘ଦେଶ ଭବିଷ୍ୟ’ ମଂଚସ୍ଥ ହୋଇଥିଲା । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଭାବେ ଦାୟିତ୍ୱ ନେଇ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଉପରେ ପ୍ରାଧିକରଣର ଭୂମିକା ଉପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ,ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିଭୁତି ଭୂଷଣ ଦାସ,ସାମ୍ବାଦିକ ସତ୍ୟଜିତ ମିଶ୍ର ସେମାନଙ୍କ ଅଭିଭାଷଣ ମାଧ୍ୟମରେ ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ସରକାର କରିଥିବା ବିଭିନ୍ନ ଯୋଜନା ଓ ଏହି କଳଙ୍କିତ କାର୍ଯ୍ୟର ବିଲୋପ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ କରିଥିବା ପ୍ରଚେଷ୍ଟା ଉପରେ ଆଲୋକପାତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ତଥା ଏଡିଜେ ବିଜୟ କୁମାର ମିଶ୍ର,ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ,ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ଉପଖଣ୍ଡିୟ ବିଚାରପତି ସୁମିତ୍ରା କୁମାରୀ ଦାସ,ଆରକ୍ଷୀ ପରିଦର୍ଶକ ଦେବକୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ରାୟୋଜିତ, ଆଇନଜୀବି ରବିନ୍ଦ୍ର କୁମାର ସେଠୀଙ୍କ ନିଦେ୍ର୍ଦଶିତ ଓ ଅକ୍ଷୟ କୁମାର ଚକ୍ରଙ୍କ ରଚିତ କ୍ଷୁଦ୍ର ପଥପ୍ରାନ୍ତ ନାଟକ ‘ଦେଶ ଭବିଷ୍ୟ’ ପରିବେଷଣ କରାଯାଇଥିଲା । ବିଭିନ୍ନ ଭୂମିକାରେ ଅର୍ଚ୍ଚନା ଦାଶ,ମମତାରାଣୀ ମହାନ୍ତ,ଲୋକନାଥ ବାରିକ,ଜସ୍ମିନ ନାଏକ,ଆରତୀ ତରାଇ,ଶିବନାଥ ନାଏକ,କେଶବ ପାତ୍ର,ବସନ୍ତ ବାରିକ,ମମତାମୟୀ ମହାନ୍ତ,ସୌମ୍ୟା ଜେନା,ମାଳତୀ ମୁଖୀ,ବିକାଶ ମହାନ୍ତ ଓ ସ୍ନେହା ହାଁସଦା ଅଭିନୟ କରିଥିଲେ । ଶବ୍ଦ ଗ୍ରହଣ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, ମଂଚ ଆୟୋଜନ ଜିଲ୍ଲା ଶ୍ରମ ଅଧିକାରୀ ଦାୟୀତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସକାଳ ୭ଘଟିକାରେ ପ୍ରାଧିକରଣ ପାନେଲ ଅଧିବକ୍ତା,ପାରା ଆଇନ ସ୍ୱେଚ୍ଛାସେବୀ,ସାଧାରଣ ନାଗରିକ,ବାର ଆଇନଜୀବି ତଥା ପ୍ରାଧିକରଣ ସଦସ୍ୟଙ୍କ ଦ୍ୱାରା ପଦଯାତ୍ରା କୁ ସବୁଜ ପତାକା ଦେଖାଇ ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଗୋପଳ ଚନ୍ଦ୍ର ବେହେରା ଶୁଭାରମ୍ଭ କରିଥିଲେ । ପଦଯାତ୍ରା ନଗର ପରିକ୍ରମା କରି ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ସ୍ଳୋଗାନ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସଂପର୍କ ବିଭାଗ,ଶ୍ରମ ବିଭାଗ,ଆରକ୍ଷୀ ବିଭାଗ,ବାର ସଂଘ ଓ କୋର୍ଟର କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ବସନ୍ତପୁର ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ୨ କୁ ଉନ୍ନିତ କରାଗଲା