ନିଜ ଗାଁକୁ ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ପଦାରେ ପଡିଲା ପ୍ରଶାସନର ଅବହେଳା
ବୈପାରିଗୁଡା (ବିକ୍ରାନ୍ତ କୁମାର ବେବର୍ତ୍ତା ): କେନ୍ଦ୍ର ସରକାର ବିଭିନ୍ନ ଜନହିତ ଯୋଜନା ପ୍ରଣୟନ କରିଥିବା ବେଳେ ସ୍ତର ତଳର ଅଧିକାରୀ ମାନଙ୍କ ଇର୍ଚ୍ଛାଶକ୍ତି ଅଭାବ ଯୋଗିୁଁ ଯୋଜନା ଗୁଡିକ ଗାଁଗହଳି ମାନଙ୍କରେ ସଠିତ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡିକକୁ ମୁଖ୍ୟ ସଡକ ସହ ଯୋଗୋଯୋଗ କରିବା ନେଇ ସରକାର ସପ୍ନ ଦେଖିଥିଲେ ମଧ୍ୟ ପ୍ରଶାସନର ଅବହୋଳା ଯୋଗିଁୁ ତାହା ଆଜି ପର୍ଯ୍ୟନ୍ତ କିଛି ଗ୍ରାମକୁ ଭଳ ପକ୍କାରାସ୍ତା ମଧ୍ୟ ତିଆରି ହୋଇପାରି ନାହିଁ । ଦିଗହରା ମନେରେଗା ଯୋଜନା, ଶୁଣିଲାଣି ପ୍ରଶାସନ, ନିଜସ୍ୱ ଖର୍ଚ୍ଚରେ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ବୈପାରୀଗୁଡା ବ୍ଲକ ଆଦିବାସୀ ଅଧ୍ୟୁଷିତ ବାଲିଗାଁର ଘଟଣା । ବାଲିଗାଁ ଠାରୁ କଦମଗୁଡା ୩ କିଲୋମିଟର ଏବଂ ବାଲିଗାଁ ଠାରୁ ମନ୍ତ୍ରୀଗୁଡା ୩ କିଲୋମିଟର ମୋଟରେ ପ୍ରାୟ ୬ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି । ଦୀର୍ଘ ବର୍ଷର ସମସ୍ୟା କୁ ନେଇ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବହୁବାର ଦାବୀ ପରେ ପଞ୍ଚାୟତ ପକ୍ଷରୁ ମନେରେଗା ଯୋଜନାରେ ଦୁଇମାସ ତଳେ ମାଟି ରାସ୍ତା ନିର୍ମାଣ କରାଯାଇଥିଲା କିନ୍ତୁ ବର୍ଷା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଣୁ ବାଧ୍ୟ ହୋଇ ଆଜି ପଂଚାୟର କଦମଗୁଡା, ବରେଇଗୁଡା, ମନ୍ତ୍ରୀଗୁଡା, ଖପରାପୁଟର ଗାଁ ଲୋକେ ମିଶି ନିଜସ୍ୱ ଖର୍ଚ୍ଚ ରେ ରାସ୍ତା ନିର୍ମାଣ କରିଛନ୍ତି । ଏବେ ପକ୍କା ରାସ୍ତା ପାଇଁ ଦାବୀ ଉଠିଛି । ଏବିଷୟକୁ ନେଇ ସରକାରୀ ଅଧିକାରୀ ମୁହିଁ ଖୁଲୁନଥିବାର ଦେଖାଯାଇଛି।