ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକ ବାଲିଯାତ୍ରା ପଡିଆଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ନାରୀ ସଶକ୍ତିକରଣର ଉଦାହରଣ ପାଲଟିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  ଏଥିରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ପଞ୍ଚାୟତର ଶ୍ରୀମତୀ ସୁମତୀ ମୁଣ୍ଡାରୀ ସଫଳ ଲକ୍ଷପତି ଦିଦି ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଥିବା ଶ୍ରୀମତୀ ମୁଣ୍ଡାରୀ ପନିପରିବା ଚାଷ, କୁକୁଡ଼ା ପାଳନ, ବତକ ପାଳନ ଏବଂ ଦୁଗ୍ଧ ଚାଷ ଭଳି ବିଭିନ୍ନ ଅର୍ଥ ଉପାର୍ଜନକାରୀ କାର୍ଯ୍ୟକଳାପରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଯେଉଁଠି ଇଚ୍ଛା ଅଛି ସେଠି ଉପାୟ ଥିବା କଥାକୁ ଶ୍ରୀମତୀ ମୁଣ୍ଡାରୀ ପ୍ରମାଣିତ କରିଛନ୍ତି।ସୂଚନାଯୋଗ୍ୟ ଯଥେଷ୍ଟ ଆୟ ନଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମତୀ ମୁଣ୍ଡାରୀଙ୍କ ପରିବାର ନିଜ ମୌଳିକ ଆବଶ୍ୟକତା ପୂରଣ କରିବାକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । କିନ୍ତୁ ଶ୍ରୀମତୀ ମୁଣ୍ଡାରୀ ଯେତେବେଳେ ମୈଦାନକେଲ ଗ୍ରାମ ପଞ୍ଚାୟତସ୍ତରୀୟ ସମିତିର ଅଂଶୀଦାର ହେଲେ ତାଙ୍କ ଜୀବନ ବଦଳିଗଲା। ୪ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ସମେତ ଏବଂ ୫୦ ହଜାର ଟଙ୍କାର ସିଆଇଏଫ ପାଇବା ପରେ କୁକୁଡ଼ା ଓ ବତକ ପାଳନ, ପନିପରିବା ଚାଷ ଓ ଗୋଦୁଗ୍ଧ ଉତ୍ପାଦନ କରି ବର୍ତ୍ତମାନ ସେ ଏହି ସମସ୍ତ କାର୍ଯ୍ୟକଳାପରୁ ବାର୍ଷିକ ୧.୬୪ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି ଏବଂ ପରିବାର ପ୍ରତିପୋଷଣରେ ଗର୍ବ ସହକାରେ ନିଜ ଅବଦାନ ରଖି ପାରୁଛନ୍ତି । ତାଙ୍କର ଦୁଇ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ସେ ଆଉ ଆଶଙ୍କିତ ନାହାନ୍ତ,  ତାଙ୍କ ଝିଅ ଡିପ୍ଲୋମା ଇଞ୍ଜିନିୟର ଏବଂ ପୁଅ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେନ୍ଦୁଝଠାରେ ଦଶମ ଶ୍ରେଣୀରେ ପଢୁଛନ୍ତି। ଏବେ ସେ ଜଣେ ଗର୍ବିତ ଲକ୍ଷପତି ଦିଦି ହିସାବରେ ନିଜ ପରିବାର ସହିତ ବେଶ ଖୁସିରେ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ