ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡିଓ ଦେବୀ ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ.ଡିର ଗୋପୀନାଥ ଦାଶ ସାମୁହିକ ମକ୍ ଡ୍ରିଲ କାର୍ଯ୍ୟରେ ସହଯୋଗ କରିଥିଲେ । ବନ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟିର ସଭାପତି ତଥା ସରପଞ୍ଚ ଗୀତିକା ଭୋଇ ଓ ସମ୍ପାଦକ ରାମ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ଧରଣୀଧର କର, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ଆଗରପଡା ଅଗ୍ନିଶମ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଆର.ଡବ୍ଲ୍ୟୁ.ଏସ.ଏସ କନିଷ୍ଠ ଯନ୍ତ୍ରୀ ସୁକନ୍ୟା ମଲ୍ଲିକ, ପିଇଓ, ଏଡିଇଓ, ଶିକ୍ଷକ ପଞ୍ଚାନନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସ୍ୱେଚ୍ଛାସେବୀ, ଆପଦ ମିତ୍ର, ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ମକ୍ ଡ୍ରିଲରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ