ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଓ ଏମସି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ
ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୁର ଓଏମସି ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଦାବିରେ ୭ଟି ପଞ୍ଚାୟତ ର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ସକାଳେ ପଢିଆରିପଲ୍ଲୀ ସରପଞ୍ଚ ଅଜିତ ରାଉତ, ବଳରାମ ଗିରି, ସୁବୋଧ ପଣ୍ଡା, ପ୍ରଦୀପ ମଲ୍ଲିକ, ବିନୟ ସିଂ, ରାଜେନ୍ଦ୍ର ସିଂ, ଶରତ ପଦୁରିଆ, ଅଶୋକ ବିରୁଆ, ଅଭିମନ୍ୟୁ ନାୟକ, ନାରାୟଣ ପରିଡ଼ା, ବଟକୃଷ୍ଣ ବେହେରା, ରଞ୍ଜନ ପରିଡା, ପ୍ରଦୀପ ସାହୁ, ପ୍ରଫୁଲ୍ଲ ଧଳ, ନିରଞ୍ଜନ ଦଳେଇ, ହରିବଲବ ନାଇକ , ଦେବାନନ୍ଦ ପାତ୍ର, ବବୁଲ ପାତ୍ର, ରଞ୍ଜିତ ରାଉତ, ମୃତ୍ୟୁଞ୍ଜୟ ରାଉତ, ଅଜୟ କୁମାର ବିଶ୍ଵାଳ, ବୁଦ୍ଧିରାମ ହେମ୍ରମ, ନିରଞ୍ଜନ ଭୂୟାଁ, ଗଙ୍ଗାଧର ଭୂୟାଁ ପ୍ରମୁଖଙ୍କ ନେତୃତ୍ୱରେ ବାଙ୍ଗୋର, ଧନୁର୍ଜୟପୁର, କେ ବାଲିପାଳ, ବାଲିବରେଇ, ହଦଗଡ, ସୋସୋ, ପଢିଆରିପଲ୍ଲୀ ଆଦି ପଞ୍ଚାୟତର ଲୋକମାନେ ଶହ ଶହ ସଂଖ୍ୟାରେ ଆସି ଓଏମସି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ଯେ ସ୍ଥାନୀୟ ଲୋକମାନେ ବଉଳା, ବାଙ୍ଗୁରୁ ଅଞ୍ଚଳରେ ଥିବା ତିନୋଟି ଖଣିରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏବେ ଗୋଟିଏ ପଞ୍ଚାୟତ ର ଳୋକଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଅନ୍ୟ ପଞ୍ଚାୟତ ର ଲୋକେ ଜୀବିକା ହରାଉଛନ୍ତି। ତେଣୁ ବଫର ଜୋନ ରେ ଥିବା ସମସ୍ତ ପଞ୍ଚାୟତ ବାସୀଙ୍କୁ ଓଏମସି ଖଣିରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଘଟଣାସ୍ଥଳରେ ପହଞ୍ଚି ଖଣି କର୍ତୁପକ୍ଷଙ୍କ ସହ ଏସମ୍ପର୍କରେ ଆଲୋଚନା କରିବାରେ ଖୁବ କମ ଦିନ ଭିତରେ ବଫର ଜୋନର ସମସ୍ତ ସରପଞ୍ଚ ମାନଙ୍କୁ ଡାକି ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ କାରୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ ପୋଲିସ୍ ଫୋର୍ସ ସହ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା।