ଅନ୍ତର୍ଜାତୀୟ ଯୋଗ ଦିବସ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଓଡ଼ିଶା ତଥା ବିଶ୍ୱର ଏକ ପ୍ରମୁଖ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ , ମାନ୍ୟଵର ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର , ମାନ୍ୟବର ଜଗତସିଂହପୁର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ , ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଭାତୀ ପରିଡ଼ା, ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର , ସୁପରିଚିତ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ,ଏଏସଆଇର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଏବଂଅନ୍ୟାନ୍ୟ ସଂଗଠନର ବନ୍ଧୁମାନଙ୍କ ସହ ଯୋଗଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ । ଶତାବ୍ଦୀ ଧରି ଭାରତରେ ଯୋଗ ଅଭ୍ୟାସ କରାଯାଇଆସୁଛି । ଯୋଗ ଆମ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡିଥାଏ। ଯୋଗ ଆମର ରୋଗ ପ୍ରତିରୋଧକ ଶକ୍ତି ବଢେଇବା ସହିତ ଆମର ସାକାରାତ୍ମକ ଚିନ୍ତାଧାରାକୁ ମଧ୍ୟ ବିକଶିତ କରିଥାଏ । ଯୋଗ ଏକ ସଂପୂର୍ଣ୍ଣ ପଦ୍ଧତି ଅଟେ । ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉଦ୍ୟମରେ ସାରା ବିଶ୍ୱ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରୁଛି। ବିଗତ ବର୍ଷମାନଙ୍କରେ ୧୫୦ ରୁ ଅଧିକ ଦେଶର ନେତୃତ୍ୱ ଓ ସାଧାରଣ ଜନତା ବିଶ୍ୱ ଯୋଗ ଦିବସରେ ସାମିଲ ହୋଇଛନ୍ତି।