ପୁରୀ ଶ୍ରୀ ମନ୍ଦିରରୁ ମାଧବ ମନ୍ଦିର ବସ ଚଳାଚଳ ଦାବି

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଶ୍ରୀ ମନ୍ଦିର ଠାରୁ ପ୍ରାଚୀ ଉପତ୍ୟକା ର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ପରିଚିତ ମାଧବ ମନ୍ଦିର କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଏକ ବସ ଚଳାଚଳ କରିବାକୁ ଯୋଜନା ହୋଇ ଥିଲା।ଫଳରେ ପୁରୀ ଶ୍ରୀ କ୍ଷେତ୍ର କୁ ଆସୁଥିବା ଭକ୍ତ ଓ ଯାତ୍ରୀ ମାନେ ସୁବିଧାରେ ମାଧବ ମନ୍ଦିର କୁ ପରିଦର୍ଶନ କରିବାକୁ ଯାଇ ପାରି ଥାନ୍ତେ। ଅପରପକ୍ଷରେ ମାଧବ,ଚାରିଛକ, ଗୋପ ଅଞ୍ଚଳ ର ଜନ ସାଧାରଣ ସୁବିଧାରେ ପୁରୀ ଶ୍ରୀ କ୍ଷେତ୍ର କୁ ଯାଇ ପାରିଥାନ୍ତେ। କିଛି ଘରୋଇ ବସ ମାଲିକ ଏହି ପ୍ରସ୍ତାବ କୁ ବିରୋଧ କରିବାରୁ ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଏହି ବସ ଚଳାଚଳ କରିବା କଥା କିନ୍ତୁ ବସ ଚଳାଚଳ ପ୍ରସ୍ତାବ କୁ ହଠାତ ବନ୍ଦ କରି ଦିଆ ଯାଇଛି। ଫଳରେ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବସ ଚଳାଚଳ ବନ୍ଦ କରା ଯାଇ ଥିବାରୁ ଶ୍ରୀ ଶ୍ରୀ ମାଧବାନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ଏ ନେଇ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରାଯାଇଛି। ସ୍ଥାନୀୟ ସରପଞ୍ଚ ବାବୁରାମ ମଲ୍ଲିକଙ୍କ ନେତୃତ୍ବରେ ମାଧବାନନ୍ଦ ଜୀଉ ବିକାଶ ପରିଷଦ ର ସଦସ୍ୟମାନେ ଚାରିଛକ – ନିଆଳୀ ରାସ୍ତାର ଚନ୍ଦ୍ରମଉଳି ଛକ ନିକଟରେ ପହଞ୍ଚି ବସ ଚଳାଚଳ କରିବାକୁ ଦାବି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ୭ ଦିନ ମଧ୍ୟରେ ପୁରୀରୁ-ମାଧବ ପର୍ଯ୍ୟନ୍ତ ଆମ ବସ ଅଥବା ଶ୍ରୀ ମନ୍ଦିର ପ୍ରଶାସନ ବସ ଚଳାଚଳ ନ କରେ ତେବେ କଟକ – ଚାରିଛକ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଏ ନେଇ ଶ୍ରୀ ଶ୍ରୀ ମାଧବାନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ କ୍ୟାପିଟାଲ ରିଲିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ଅଧିକାରୀ, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ପୁରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିବାଦ ସଭାରେ ମାଧବ ମନ୍ଦିର ହେଡିଟାରୀ ଟ୍ରଷ୍ଟି ପ୍ରଶାନ୍ତ ଦେବ ଗୋସ୍ବାମୀ, ବିକାଶ ପରିଷଦର ସଦସ୍ୟ ଭାସ୍କର ପୁଷ୍ପାଳକ, ଅଶିତ ପୁଷ୍ପାଳକ, ଗୌରାଙ୍ଗ ବାରିକ, ଅମରେନ୍ଦ୍ର ସାହୁ, ସୁକାନ୍ତ କୁମାର ସାହୁ, ନକୁଳ ମହାରଣା, ପ୍ରମୋଦ ବିଶ୍ଵାଳ, ସତ୍ୟରଞ୍ଜନ ଦାଶଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ