ଅଭିଯାନ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର (ଓ୍ବାଇଏନଏସ) :- ଗଞ୍ଜାମ ଜିଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଶୁନ ଦୁର୍ଘଟଣା ଦିବସ ଅଭିଯାନ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଭିଯାନରେ ଶତାଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ଅଧୀକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥୀ, ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଅବକାରୀ ଥାନା ଅଧିକାରୀ ଡମ୍ବୁରୁଧର ହରିଜନ, ଏସ୍‌ଆଇ ଅଲିଭା ମାଝୀ, ଘରୋଇ ବସ୍‌ ମାଲିକ ସଂଘ ନେତା ବିପ୍ର ଚରଣ ବାରିକ, ଏମଭିଆଇ ଶର୍ମିଲା ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଦ୍ୟପାନ କରି ଗାଡି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ପ୍ରକାଶ କରି ଅତିଥିମାନେ ନିଶା ନୁହେଁ ଲୋକେ ଜୀବନ ବାଛିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କାରଣରୁ ମଧ୍ୟ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଏଥିପ୍ରତି ଛାତ୍ରୀଛାତ୍ରମାନେ ନିଜେ ସଚେତନ ହେବା ଅନ୍ୟମାନଙ୍କୁ ସଚେତନ କରାଇଲେ ଦୁର୍ଘଟଣା ହାର କମିପାରିବ। ଏଥିପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ପୂଜା ପାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହି ଅବସରରେ ସଡ଼କ ପରିବହନ ବିଭାଗର କିଛି ନିୟମ ସଂପର୍କରେ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ ପଚରା ଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଲେଖାଏ ହେଲମେଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ଅଧ୍ୟାପକ ଡ. ରବିନ୍ଦ୍ର ମିଶ୍ର, ସୀମାଞ୍ଚଳ ବେହେରା, ବିଭୂତି ଗୌଡ, ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ, କର୍ମଚାରୀ ଶୁଚିତ୍ର ଜେନା, ନମିତା ବାଡତ୍ୟା ସହଯୋଗ କରିଥିଲେ।ଏହାପରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜରେ ୫୦ ତମ ସମ୍ବିଧାନ   ହତ୍ୟା ଦିବସ ପାଳିତ ହୋଇଥିଲା। ଏଥିରେ ଅଧକ୍ଷ ଦାସ ସଭାପତିତ୍ବ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ ଆଜିର ଦିବସ ସମ୍ପର୍କରେ କହିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ବିଭୂତି ଗୌଡ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ