ଅନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଅନ୍ତର୍ଜାତିକ ସମବାୟ ବର୍ଷ ଅବସରରେ କେନ୍ଦୁଝର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଉପନିବନ୍ଧକ ସମବାୟ ସମିତି ସମୂହ ପର୍ଶୁରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ଯାଙ୍କ ସଭାପତି କାନନ ବିହାରୀ ପହି,କେନ୍ଦୁଝର କେନ୍ଦ୍ର ସମବାୟ ବ୍ଯାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଦାଶ,ଡି. ଡି. ଏମ ନାବାର୍ଡ କୁରେଶ କୁମାର ନାୟକ,ବରିଷ୍ଠ ସହକାରୀ ସମବାୟ ସମିତି ସମୂହ, ଚମ୍ପୁଆ, ମଙ୍ଗଲ ସୋରେନ, ସହକାରୀ ସମବାୟ ସମିତି ସମୂହ, ଆନନ୍ଦପୁର ରାମ ଚନ୍ଦ୍ର ବିଶ୍ଵାଳ,ଜି.ଏମ ଜିଲ୍ଲା ସମବାୟ ମିଲ୍କ ଯୁନିଅନ ସତ୍ୟ ପ୍ରକାଶ ଧର,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ନନ୍ଦିନୀ ଶର୍ମା,ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପ୍ରତିନିଧି ବିଶ୍ଵନାଥ ନାଏକ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ସଭ୍ଯ /ସଭ୍ୟା ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ସମବାୟର ଭୂମିକା , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ବିଭିନ୍ନ ପ୍ରକାର ଋଣ ସହିତ କୃଷି ମିଆଦୀ ଋଣ ସମ୍ପର୍କରେ ସମସ୍ତ ଅତିଥି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନିବନ୍ଧକ ସମବାୟ ସମିତି ସମୂହ କେନ୍ଦୁଝର ସ୍ଵାଗତ ଭାଷଣ ଦେଇଥିଲେ । ସମବାୟ ନିରୀକ୍ଷକ ସୀମାଶ୍ରୀ ପ୍ରିୟଦର୍ଶିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଓ କେନ୍ଦ୍ର ସମବାୟ ବ୍ଯାଙ୍କ ମ୍ଯାନେଜର ଆଲୋକ କୁମାର ବଳ ମଞ୍ଚ ପରିଚାଳନା କରିଥିଲେ ।