ବେଆଇନ ବାଲି ବୋଝେଇ ହାଇୱା ଓ ଟ୍ରାକ୍ଟର ଅଟକ

ହାଟଡିହି (ପାର୍ଥ ସୌରଭ ସା): ଆମ୍ବୋ ରାସ୍ତାରେ ବେଆଇନ୍ ଭାବେ ବାଲି ବୋଝେଇ କରି ଆସୁଥିବା ଗୋଟିଏ ହାଇୱା ଓ ଦୁଇଟି ଟ୍ରାକ୍ଟରକୁ ନନ୍ଦିପଦା ପୋଲିସ୍ ଅଟକ ରଖିଥିବା ଜଣା ଯାଇଛି। ସୂଚନାରୁ ଜଣାଯାଇଛି କି ଗତକାଲି ରାତିରେ ମାଇନିଂ ସ୍କ୍ୱାର୍ଡ ଚଢ଼ାଉ କରିବାରୁ କିଛି ବାଲି ବୋଝେଇ ଟ୍ରକ ଓ ହାଇୱା ବିଭିନ୍ନ ଗାଁ ଗହଳି ରେ ଲୁଚାଇ ଦେଇଥିଲେ। ତନ୍ମଧ୍ୟରୁ ଗୋଟିଏ ହାଇୱା ରାସ୍ତାରେ ଆସୁଥିବା ଖବରପାଇ ନନ୍ଦିପଦା ପୋଲିସ୍ ପହଞ୍ଚି ଗାଡିଟିକୁ ଧରିଥିଲା। ସେହି ସମୟରେ ସେହିରସ୍ତା ଦେଇ ଆସୁଥିବା ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ମଧ୍ୟ ଧରିଥିଲା। ଏ ସମ୍ପର୍କରେ ଥାନା ଆଇଆଇସି ଙ୍କୁ ପଚାରିବାରେ ଚାଳକ ମାନେ ଦୌଡି ପଳାଇବାରୁ ଓ ରାତି ହୋଇ ଯିବାରୁ ଆମେ ଛାଡି ପଳାଇ ଆସିଲୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ