ଗୋପାଳକୃଷ୍ଣ ଜୟନ୍ତୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ରୀତିଯୁଗର ଶ୍ରେଷ୍ଟ ଗୀତି କବି କଳହଂସ ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୪୨ତମ ଜୟନ୍ତୀ ଉତ୍ସବ ସ୍ଥାନିୟ ଉତ୍କଳ ହି୍ତେଷିଣୀ ସମାଜ ସଭାଗୃହରେ ପାଳିତ ହୋଇସାରିଛି। ପାରଳାର କିମ୍ବଦନ୍ତୀ ପୁରୁଷ, ଏମାଟିର ଅମ୍ଳାନ ପ୍ରତିଭାଧର  ଓଡ଼ିଶା ଇତିହାସର ଅଦ୍ୱିତୀୟ ମନି ଶୀ  ଗୋପାଳକୃଷ୍ଣଙ୍କ ପଦାବଳୀ କାଳଜୟୀ ବୋଲି ବକ୍ତା ମାନେ କହିଥିଲେ। ପ୍ରାତଃ ସମୟରେ ଗୋପାଳକୃଷ୍ଣ ପାଠାଗାର ସ୍ଥିତ ଗୋପାଳକୃଷ୍ଣ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭା ପ୍ରାରମ୍ଭରେ ରାଜେନ୍ଦ୍ର କୁମାର ରଥ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ମନୋଜ କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଅର୍ଚ୍ଚନା ମଙ୍ଗରାଜ,ସମ୍ମାନିତ ବକ୍ତା ଭାବେ ଇଁ ଶ୍ୱେତl ପଟ୍ଟନାୟକ ଓ ବ୍ରଜାନନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ସଂପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କବିଙ୍କର ବର୍ଣ୍ଣନା ଗିତ ବର୍ଣ୍ଣନା କରିଥିଲେ।ଏହି ଅବସରରେ ଗୋପାଳ ନାୟକ, ଶ୍ୟାମସୁନ୍ଦର ଗନ୍ତାୟତ,ଡ.ନରସିଂହ ଗୌଡ,ଭାଗବତ ପାଢୀ, ସ୍ନେହl ବେହେରା, ତ୍ରିପତି ପଣ୍ଡା,ପ୍ରଭୁତି ନିଜ ନିଜର ମତ ପ୍ରକାଶ କରିଥିଲେ। ପ୍ରତିଯୋଗିତାର ବିଯାୟୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ତନିଶା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରରମ୍ଭିକ  ସଙ୍ଗୀତ ନୟନା ପଟ୍ଟନାୟକ ଗାଇଥିବାବେଲେ । ଶେଷରେ ରାଜେଶ୍ବରୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ