ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଦିବସରେ ଗଣଦୌଡ଼ କାର୍ଯ୍ୟକ୍ରମ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ ୨୯/୬/୨୫ ତାରିଖ ଦିନ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସ୍ୱାଧୀନ ଭାରତରେ ଗଡଜାତ ରାଜ୍ୟ ଗୁଡିକୁ ମିଶ୍ରଣରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଶ୍ରୀ ପଟେଲଙ୍କୁ ଭାରତର ଜନତା ଲୌହ ମାନବ ବୋଲି କହୁଥିଲେ। ସେହି ମହାନ ମହାପୁରୁଷଙ୍କ ୧୫୦ତମ ଜନ୍ମ ଦିବସରେ ପୋଲସରା ସହରର ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ଆଇଆଇସି ଙ୍କ ନେତୃତ୍ୱରେ ଗଣ ଦୌଡ଼ ପାଳନ କରି ତାଙ୍କୁ ସମ୍ମାନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ