ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍ଘାଟିତ
ବଲାଙ୍ଗିର (ଓ୍ବାଇଏନଏସ) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଗ୍ରାମ୍ୟ ସ୍ତରରେ ଦିନକୁ ଦିନ ଲୋପ ପାଇଯାଉଥିବା ପାଲା ନୃତ୍ୟ କୁ ଆଧୁନିକ ଯୁଗରେ ଲୋକାଭିମୁଖ କରିବା ପାଇଁ ଓ କଳାକାରଙ୍କୁ ଉତ୍ôସାହିତ ଏବଂ ସମ୍ମାନର ସହ ଆଗକୁ ଆଣିବାକୁ ଏହା ଏକ ଅଭିନବ ପ୍ରୟାସ । ସାହିତ୍ୟ ଓ ସାରସ୍ୱତ ସାଧନା ମାଧ୍ୟମରେ ବିଭିନ୍ନ ଆଲୋଚନା ଓ ସଚେତନତା ବାର୍ତ୍ତା ଦେଉଥିଲା ପାଲା । ସାଂପ୍ରତିକ ଯୁଗରେ ମଧ୍ୟ ବିପଥଗାମୀ ସମାଜକୁ ସରସ ସୁନ୍ଦର ଓ ପରିମାର୍ଜିତ କରିବା ପାଇଁ ପାଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସବକୁ ସାରସ୍ୱତ ସାଧକ ତଥା ସଂସ୍କୃତ ଗବେଷକ ସୁରେଶ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ସରପଂଚ ଜନ୍ମଜୟ ମେହେର, ବରିଷ୍ଠ କ୍ରୀଡାବିତ୍ ବିଜୟ କୁମାର ଜାନି, ବରିଷ୍ଠ କଳାକାର ନିମାଇଁ ପାଣିଗ୍ରାହୀ, ବିଶିଷ୍ଟ କଣ୍ଠ ଶିଳ୍ପୀ ବ୍ୟାସଦେବ ପୁରୋହିତ, ସମବାୟ ସଂପାଦକ ପ୍ରମୋଦ କର୍ମୀ ପ୍ରମୁଖ ମଂଚାସିନ ଥିଲେ । ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ସହଯୋଗ ରେ ପ୍ରଥମ ଦିନରେ ଦୁଇଟି ଦଳ ଜୟ ମାଁ ଦନ୍ତେଶ୍ୱରୀ ପାଲା ଦଳ ଧୁମାଭଟା , ବଲାଙ୍ଗିର ଜିଲ୍ଲା ର ପାଲା ଗାୟକ ରସରାଜ ବୁଡେକ, ପାଲିଆ ଶରତ ପୁଟେଲ, କ୍ଷିରେଦ୍ର କରଣ, ଦେବ ବାଗ, ସନ୍ୟାସି ବୁଡେକ, ଘନଶ୍ୟାମ ଭାଟି ଓ ଓମ୍ ଶ୍ରୀ ଭାରତୀ ପାଲା ଅନୁଷ୍ଠାନ, ବଡଗାଁ, ସୁନ୍ଦରଗଡ ଜିଲ୍ଲା ର ପାଲା ଗାୟକ ପଶ୍ଚିମରତ୍ନ ଫକିର ମୋହନ ବାଡା, ସନାତନ ବାଗ, ପାଲିଆ ଶରତ ବରୁଆ, ମନବୋଧ କମାର, ସଂଜୟ ନାଥ, ଦୁଃସାଶନ ନାଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସମସ୍ତ କଳାକାର ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଭାପତି କଳା ସଂଗଠକ ଜୟକୃଷ୍ଣ ମିଶ୍ର ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ପାଦକ ସଦାନନ୍ଦ ମହଲା, ଉପସଭାପତି ପ୍ରଶାନ୍ତ ମହାକୁର, ସଂଜୟ ନାଏକ, ସୁରେଶ ମହଲା, ଅରବିନ୍ଦ ମିଶ୍ର, ବିଶ୍ଵରାଜ ସାଏ, ବିକାଶ ନାଏକ, ଲବ ନାଗ, ମଦନ ସାହୁ, ପ୍ରବୀଣ ବରିହା, ପିଙ୍କୁ ନାଏକ, ବାପି ମହଲା, ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ସଂଜ୍ୟୋତ କଳା କେନ୍ଦ୍ର, ଦେବାଳୟ ସୁରକ୍ଷା କମିଟି, ପ୍ରମୁଖ ଆୟୋଜନ କରିଥିଲେ ।