ଦିଗପହଣ୍ଡିରେ ବାସି ଗୁଣ୍ଡିଚା ଯାତ୍ରା ପରମ୍ପରା : ରଥ ଟାଣି ନେଲେ ସହସ୍ରାଧିକ ଶ୍ରଦ୍ଧାଳୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡିରେ ଅନେକ ବର୍ଷ ପୂର୍ବରୁ ଚାଲି ଆସିଥିବା ବାସି ଗୁଣ୍ଡିଚା ଯାତ ପରମ୍ପରା ପ୍ରକାରେ ଶନିବାର ଅପରାହ୍ନ ଠିକ୍ ୪ଟା ୪୫ମିନିଟରେ ରଥଟଣା ଆରମ୍ଭ ହୋଇଥିଲା।ପାଗ ଅନୁକୂଳ ରହିଥିବା ଯୋଗୁଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ବଡରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା।ରଥର ବେଗ ଏବଂ ମୋଡ ନିୟନ୍ତ୍ରଣ କରିବା ପାଇଁ ବିଶ୍ବକର୍ମା ସେବକ ବୃନ୍ଦ ନିୟୋଜିତ ଥିବା ବେଳେ ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ରଥଟଣା ସମ୍ପନ୍ନ ପାଇଁ ଦିଗପହଣ୍ଡି ପୋଲିସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଯୁବକ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।ସନ୍ଧ୍ୟା ୬ଟା ବେଳେ ବଡରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀ ଦଧିବାମନ ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ସାନରଥକୁ ଶ୍ରଦ୍ଧାଳୁ ମାନେ ଟାଣିବା ଆରମ୍ଭ କରିଥିଲେ।ମାତ୍ର ୪୦ ମିନିଟ ସମୟ ମଧ୍ୟରେ ସାନରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା।ରଥଟଣା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବା ଯୋଗୁଁ ଯାତ୍ରା ପରିଚାଳକ ଦେବୀପ୍ରସାଦ ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।