ଆଇକ୍ୟୁଏସି ପକ୍ଷରୁ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଆଇ.କ୍ୟୁ.ଏ.ସି. ପକ୍ଷରୁ ପ୍ରାକ୍ତନ ଛାତ୍ରଙ୍କ ବକ୍ତୃତାମାଳା କ୍ରମରେ ଶନିବାର ପୁରାତନ ଛାତ୍ର କିଟ୍ ବିଶ୍ୱବିଦ୍ୟାଳୟର ଗଣେଯାଗାଯୋଗ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ବିଦୁଭୂଷଣ ଦାଶ ସମାଜ ବିଜ୍ଞାନରେ ଗୁଣାତ୍ମକ ଗବେଷଣାର ସ୍ୱଳ୍ପ ଆଲୋଚିତ ଦିଗ ଉପରେ ଅନୁଶୀଳନ ମୂଳକ ଚର୍ଚ୍ଚା କରିଥିଲେ। ଏହି ଆଲୋଚନାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଞ୍ଜୀବ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇ.କ୍ୟୁ.ଏ.ସି.ର ସଂଯୋଜକ ଡ. ଦିପ୍ତୀ ରାୟ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାକୁ ପରିଚାଳନା କରିଥିଲେ ରାଜନୀତିବିଜ୍ଞାନ ବିଭାଗ ଅଧ୍ୟାପିକା ଆର୍ସିୟା ଅଞ୍ଜୁମ। ଏହି ସଭାରେ ମହାବିଦ୍ୟାଳୟର ଶତାଧରକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ପୁରାତନ ଚାତ୍ର ସଂସଦ ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଉପସଭାପତି ତଥା ପ୍ରାକ୍ତନ ସହଯୋଗୀ ପ୍ରଫେସର ଡକ୍ଟର ପ୍ରଦୀପ୍ତ କିଶୋର ଦାଶ, ସମ୍ପାଦକ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ପ୍ରମୋଦ ଦାସ, ଗବେଷିକା ବିଜୟନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଅଧ୍ୟାପକ ଡକ୍ଟର ଗୈାତ୍ତମ ଚରଣ ଦାସ, ଅଧ୍ୟାପିକା ମଧୁସ୍ମିତା ସିଂ, ଅଧ୍ୟାପିକା ଡକ୍ଟର ପୂର୍ବାଶା ପ୍ରିୟଦର୍ଶିନୀ, ଅଧ୍ୟାପକ ଡକ୍ଟର ଆନନ୍ଦ ଚନ୍ଦ୍ର ନାୟକ, ଅଧ୍ୟାପିକା ସୈାମ୍ୟାରାଣୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆଇ.କ୍ୟୁ.ଏ.ସି.ର ସହ ସଂଯୋଜକ ଅଧ୍ୟାପକ ହିମାଂଶୁ ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।